ବୁ‌ଲେଟ ପ୍ରୁଫ ଗାଡ଼ିରେ ହେଉଥିଲା ଅସ୍ତ୍ରଶସ୍ତ୍ର ଚାଲାଣ

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତରପୂର୍ବ ଜିଲ୍ଲା ପୁଲିସ ଚାରିଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଏହି ୪ଜଣ ଦୁର୍ବୃତ୍ତ ବୁ‌ଲେଟ ପ୍ରୁଫ ଗାଡ଼ିରେ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲେ। ଧରାପଡ଼ିଥିବା ଦୁର୍ବୃତ୍ତ ଛେନୁ ଗ୍ୟାଙ୍ଗର ବୋଲି କୁହାଯାଉଛି। ପୁଲିସ ଗିରଫ ଦୁର୍ବୃତ୍ତଙ୍କୁ ପଚରାଉଚରା ଜାରି ରଖିଛି।

ଉତ୍ତରପୂର୍ବ ଜିଲ୍ଲାପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା କି, ଗୋଟିଏ କାରରେ କିଛି ଦୁର୍ବୃତ୍ତ ବେଆଇନ ଅସ୍ତ୍ରଶସ୍ତ୍ର ବିତରଣ କରୁଛନ୍ତି। ଏହି ସୂଚନା ଆଧାରରେ ଦିଲ୍ଲୀ ପୁଲିସ ଜାଲ ବିଛାଇ ଥିଲା। ‌ସୋମବାର ଓ ମଙ୍ଗଳବାର ଅଧ ରାତିରେ ଦିଲ୍ଲୀ ପୁଲିସ ସିଲମପୁର ଅଞ୍ଚଳସ୍ଥ ମେନ ରୋଡରେ ବାରିକେଡ କରି ଗାଡ଼ି ଯାଞ୍ଚ କରିବା ଆରମ୍ଭ କରିଥିଲା।।

ଗାଡ଼ି ଯାଞ୍ଚ ସମୟରେ ପୁଲିସ ଏକ ଧଳା ରଙ୍ଗର ଗାଡ଼ି ଆସୁଥିବା ଦେଖିବାକୁ ପାଇଥିଲା। ଏହି ଗାଡ଼ିର ଯାଞ୍ଚ କରିବା ସମୟରେ ପୁଲିସ ତିନିଟି ବନ୍ଧୁକ ଓ ନଗଦ ସାଢ଼େ ୬ଲକ୍ଷ ଟଙ୍କା ଜବତ କରିଥିଲା। କାରରେ ୪ଜଣ ବସିଥିଲେ। ଗିରଫ ୪ଜଣ ଦୁର୍ବୃତ୍ତଙ୍କ ନାମ ମୁମତାଜ, ଇରସାଦ, ଶାହରୁଖ ଓ ସମୀର ବୋଲି ଜଣାପଡ଼ିଛି। ଏହି ଦୁର୍ବୃତ୍ତଙ୍କ ବିରୋଧରେ ଦିଲ୍ଲୀ ଓ ଉତ୍ତରପ୍ରଦେଶର ଭିନ୍ନଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର