ମଦ୍ୟପାନ କରି ଶିଶୁ ମୁଣ୍ଡର ଅସ୍ତ୍ରୋପଚାର ବେଳେ ଛୁଞ୍ଚି ଛାଡ଼ିଥିଲେ ଡାକ୍ତର

ମଥୁରା: ଉତ୍ତରପ୍ରଦେଶର ମଥୁରାର ଏକ ଘରୋଇ ମେଡିକାଲ କଜେରେ ଡାକ୍ତରଙ୍କ ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ଶିଶୁ ମୁଣ୍ଡର ଅସ୍ତ୍ରୋପଚାର କରିବା ସମୟରେ ତାର ମୁଣ୍ଡରେ ଛୁଞ୍ଚି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଶିଶୁଟିର ପରିବାରବର୍ଗ ଯେତେବେଳେ ଷ୍ଟିଜ ଖୋଲିବା ପାଇଁ ଡାକ୍ତରଖାନରେ ପହଞ୍ଚି ଥିଲେ ସେତେବଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଏଭଳି ଏକ ଘଟଣା ମଥୁରାର କେଡି ମେଡିକାଲ କଲେଜରେ ଘଟିଛି। ଅକବରପୁର ଗ୍ରାମର ଦାଉଦୟାଲଙ୍କ ଛଅବର୍ଷର ଶିଶୁ ଖେଳୁଥିବା ସମୟରେ ଟାଓ୍ଵାରର ଜେନେରେଟର ଉପରେ ପଡି ଯାଇଥିଲା। ଫଳରେ ତାର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦାଉଦୟାଲ ଚିକିତ୍ସା ପାଇଁ ପୁଅକୁ ହାଇେଓ୍ଵ ସ୍ଥିତ କେଡି ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଚିକିତ୍ସକ ବଂଶୀର ମୁଣ୍ଡର ଅସ୍ତ୍ରୋପଚାର କରିଥିଲେ। ବଂଶୀର ସୁସ୍ଥ ହେବା ପରେ ହସ୍‌ପିଟାଲରୁ ତାକୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା।

ଅସ୍ତ୍ରୋପଚାର ହୋଇଥିବା ଶିଶୁ ମୁଣ୍ଡର ଘରେ ଡ୍ରେସିଂ କରିବା ପାଇଁ ଦାଉଦୟାଲଙ୍କୁ ଚିକିତ୍ସକ କହିଥିଲେ। ଯେତେବଳେ ଘରେ ଶିଶୁଟି ମୁଣ୍ଡର ଡ୍ରେସିଂ ପାଇଁ ପଟି ଖୋଲା ଯାଇଥିଲା ତାର ମୁଣ୍ଡରେ ଛୁଞ୍ଚି ଲାଗିଥିବାର ଦେଖିବାକୁ ମିଳିଥିଲା।

ଶିଶୁର ପିତାଙ୍କ କହିବାନୁସାରେ, ମୋ ପୁଅ ଅସ୍ତ୍ରୋପଚାର କରୁଥିବା ସମୟରେ ଡାକ୍ତର ମଦପାନ କରିଥିଲେ। ସେଥିପାଇଁ ଏମିତି ଅବହୋଳା କରିଛନ୍ତି। ପୁଲିସ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରନ୍ତୁ ନହେଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବି ବୋଲି କହିଥିଲେ ଦାଉଦୟାଲ।

ସମ୍ବନ୍ଧିତ ଖବର