କଙ୍କନାଙ୍କୁ ରାଜକୁମାର ରାଓ କହିଲେ ‘ମେଣ୍ଟାଲ ହୈ କ୍ୟା’

ନୂଆଦିଲ୍ଲୀ : ସୁପରହିଟ ଚଳଚ୍ଚିତ୍ର ‘କୁଇନ’ରେ ଦର୍ଶକଙ୍କର ମନ ଜିଣିଥିବା ଯୋଡ଼ି କଙ୍ଗନା ରାନାଓ୍ଵତ ଏବଂ ରାଜକୁମାର ରାଓ ପୁଣି ଥରେ ଏକା ସାଙ୍ଗରେ
ଆସୁଛନ୍ତି । ଦୁହିଁଙ୍କର ଚଳଚ୍ଚିତ୍ର ‘ମେଣ୍ଟାଲ ହୈ କ୍ୟା’ର ପ୍ରଥମ ଲୁକ ରିଲିଜ ହୋଇଛି । ଦୁଇ କଳାକାର ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ପରିଚିତ। ତେବେ ପ୍ରଥମ ଲୁକ ରିଲିଜ ହୋଇଥିବା ବେଳେ ଏଥିରେ ଦୁହେଁ ଦେଖାଯାଉଛନ୍ତି ସଂପୂର୍ଣ୍ଣ ଭିନ୍ନ । ଏଥିରୁ ଜଣାପଡ଼ୁଛି ଏହି ଚଳଚ୍ଚିତ୍ରରେ ଦୁହିଁଙ୍କର ଚରିତ୍ର ତାଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ଭିନ୍ନ ରହିଛି ।

hindustantimes.com

‘ମେଣ୍ଟାଲ ହୈ କ୍ୟା’ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଏକତା କପୁର । ଏହା ଏକ ଏଣ୍ଟରଟେଣ୍ଟମେଣ୍ଟ ଥ୍ରିଲର । ଏହି ଚଳଚ୍ଚିତ୍ରର କାହାଣୀ କନିକା ଢ଼ିଲୋନ୍‌ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ପ୍ରକାଶ କୋବେଲାମୁଡ଼ି। ପ୍ରକାଶ ଏହା ପୂର୍ବରୁ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ତେଲୁଗୁ ଚଳଚ୍ଚିତ୍ର ‘ବୋମେଲାଟ୍ଟା’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇ ସାରିଛନ୍ତି । ‘ମେଣ୍ଟାଲ ହୈ କ୍ୟା’ର ପ୍ରଥମ ଫଟୋ ସେୟାର କରିବା ସହିତ ଏକତା ଏହା ବିଷୟରେ ଲେଖିଥିଲେ,‘ମେଣ୍ଟାଲ ହୈ କ୍ୟା’ ଏଭଳି ଏକ ଚଳଚ୍ଚିତ୍ର ଯାହା ସମସ୍ତଙ୍କର ଜୀବନ ସହ ଜଡ଼ିତ । ମୁଁ ପ୍ରଥମ ଥର ପାଇଁ କଙ୍ଗନା ଏବଂ ରାଜଙ୍କ ସହିତ କାମ କରୁ ଥିବାରୁ ବହୁତ ଖୁସି ଅଛି ।

ସମ୍ବନ୍ଧିତ ଖବର