ସୁଲତାନ୍‌ ଆଜଲାନ୍‌ ଶାହ କପ୍‌: ଭାରତ ୨-୪ ଗୋଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ

ମାର୍ଚ୍ଚ ୭ରେ ମାଲେସିଆ ସହିତ ଭାରତର ୩ୟ ମୁକାବିଲା

ଇଫୋନ୍‌(ମାଲେସିଆ): ୨୭ତମ ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ରେ ମଙ୍ଗଳବାର ଭାରତ ତା’ର ୩ୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତୀୟ ଟିମ୍‌ ୨-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ମାଲେସିଆର ଇଫୋନ୍‌ ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ପକ୍ଷରୁ ରମଣଦୀପ ସିଂହ ୫୨ ଓ ୫୩ ମିନିଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଲ ଦେଇଥିଲେ। କିନ୍ତୁ ତା’ ପୂର୍ବରୁ ଅଷ୍ଟ୍ରେଲିଆ ୩ଟି ଗୋଲ ଭାରତ ବିପକ୍ଷରେ ଦେଇ ସାରିଥିଲା। ଅଷ୍ଟ୍ରେଲିଆର ମାର୍କ କ୍ରୋନେଲ ୨୮ ମିନିଟ, ଆରନ ଜାଲିଉସ୍କି ୩୫ ମିନିଟ ଓ ବ୍ଲେକ ଗୋଭାରସ ୪୦ ମିନିଟରେ ଗୋଲ ଦେଇଥିଲେ। ଭାରତ ମାର୍ଚ୍ଚ ୭ରେ ତା’ର ୪ର୍ଥ ମ୍ୟାଚ୍‌ ମାଲେସିଆ ବିପକ୍ଷରେ ଖେଲିବ।

ପୂର୍ବରୁ ଭାରତ ଇଂଲଣ୍ଡ ସହିତ ୨ୟ ମ୍ୟାଚ୍‌ରେ ୧-୧ରେ ମ୍ୟାଚ୍‌କୁ ଡ୍ର ରଖିଥିଲା। ସେହିଭଳି ପ୍ରଥମ ମ୍ୟାଚ୍‌ରେ ଶନିବାର ଅଲମ୍ପିକ ଚମ୍ପିଅନ୍‌ ଆର୍ଜେଣ୍ଟିନା ଠାରୁ ୩-୨ରେ ଭାରତୀୟ ପୁରୁଷ ହକି ଟିମ୍‌ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର