ମା’ ଓ ଭଉଣୀର ମୁଣ୍ଡବିନ୍ଧାର  ଚିକିତ୍ସାରେ ବିଫଳ ହୋଇ ବିଷ  ଇଂଜେକସନ୍‌ ଦେଲା ଡାକ୍ତର ପୁଅ

ବେଙ୍ଗାଲୁରୁ:  ଜଣେ ଡାକ୍ତର ଯେ ଏଭଳି କରିପାରେ ତାହା ବିଶ୍ୱାସ କରି ହେବ ନାହିଁ। ନିଜ ମା’ ଓ ଭଉଣୀଙ୍କ ରୋଗ ଭଲ କରି ନ ପାରି  ମାନସିକ ଭାରସାମ୍ୟ ହରାଇ ସେମାନଙ୍କୁ ବିଷ ଇଂଜେକସନ୍‌ ଦେଇଛନ୍ତି  ଡାକ୍ତର।  ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହାପରେ ସମାନ ଉପାୟରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ  କରି ବିଫଳ ହୋଇଛନ୍ତି ସେ।

ମିଳିଥିବା ସୂଚନା ଅନୁସାରେ , ଡାକ୍ତର ଗୋବିନ୍ଦ ପ୍ରକାଶ (୪୩)ଙ୍କର ମା’ ମୁକାମ୍ବିକା (୭୫) ଓ ସାନ ଭଉଣୀ ଶ୍ୟାମଳା (୪୦) ମାଇଗ୍ରେନ୍‌ରେ  ଆକ୍ରାନ୍ତ ହୋଇ ପ୍ରବଳ ମୁଣ୍ଡବିନ୍ଧାର ଶିକାର ହେଉଥିଲେ। ଗୋବିନ୍ଦ ପକାଶ ସେମାନଙ୍କ ଚକିିତ୍ସା କରୁଥିଲେ ମଧ୍ୟ ତାହା ଭଲ ହେଉ ନଥିଲା। ଫଳରେ  ସେମାନଙ୍କ ଯନ୍ତ୍ରଣା ସହି  ନପାରି ଡାକ୍ତର ଗୋବିନ୍ଦ ପ୍ରକାଶ ସେମାନଙ୍କୁ ବିଷ ଇଂଜେକସନ୍‌ ଦେଇ ଦେଇଥିଲେ। ଏହାପରେ ନିଜେ  ଇଂଜେକ୍‌ସନ୍‌ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେ ବଞ୍ଚଯାଇଛନ୍ତି।

ଗୋବିନ୍ଦ ପ୍ରକାଶଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ଯେଉଁଥିରେ ମାଇଗ୍ରେନ୍‌ ଯନ୍ତ୍ରଣାରୁ ସେମାନଙ୍କୁ ବିଷ ଇଂଜେକ୍‌ସନ୍‌ ଦିଆଯାଇଥିବା କଥା ଉଲ୍ଲେଖ ରହିଛି ଓ ନିଜେ ଆତ୍ମହତ୍ୟାର ପଥ ବାଛି ନେବା ଲେଖାଯାଇଛି। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ଚିକିତ୍ସା କରାଯାଉଛି।

 

ସମ୍ବନ୍ଧିତ ଖବର