ଝରକା ପାଖ ସିଟରେ ବସିବା ପାଇଁ ଦେଖନ୍ତୁ ମହିଳା କିଭଳିି ଭାବେ ବିମାନ ଭିତରେ ଉତ୍ପାତ ହେଉଛନ୍ତି

ନୂଆଦିଲ୍ଲୀ: ବିମାନ ଭିତରେ ଯାତ୍ରୀଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିବା ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି କ୍ରମରେ ବ୍ରାଜିଲରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଝରକା ପାଖ ସିଟରେ ବସିବା ପାଇଁ ଜଣେ ମହିଳା ଓ ଅନ୍ୟ ଜଣେ ଯାତ୍ରୀଙ୍କ ମଧ୍ୟରେ ବିମାନ ଭିତରେ ପ୍ରବଳ ଝଗଡ଼ା ଲାଗିଥିବା ଘଟଣା ଦେଖିବାକୁ ମିଳୁଛି।

ପ୍ରକାଶିତ ରିପୋର୍ଟ ମୁତାବକ, ‌ଫେବ୍ରୁଆରି ମାସରେ ବିମାନ ସଂଖ୍ୟା ଜି୩-୧୬୫୯ର ଉଡ଼‌ାଣ ପୂର୍ବରୁ  ଦୁଇଯାତ୍ରୀଙ୍କ ମଧ୍ୟରେ ଝରକା ପାଖ ସିଟକୁ ନେଇ ଝଗଡ଼ା ଲାଗିଥିଲା।

ରିପୋର୍ଟ ମୁତାବକ,  ଜଣେ ମହିଳା ତାଙ୍କ ପିଲା ଓ ପରିବାର ସହିତ ବିମାନରେ ଚଢ଼ିବା ପରେ ଝରକା ପାଖ ସିଟରେ ବସି ପାଇଁ ଜଣେ ଯାତ୍ରୀଙ୍କୁ ଅନୁରୋଧ କରିଥିଲେ। ତେବେ ଉକ୍ତ ସିଟ କିନ୍ତୁ ମହିଳା ଯାତ୍ରୀଙ୍କ ନଥିଲା। ଏହାସତ୍ତ୍ବେ ବି ସେ ଝରକା ପାଖ ସିଟରେ ବସିଥିବା ଯାତ୍ରୀଙ୍କୁ ସେଠାରୁ ଉଠିବାକୁ କହିଥି‌ଲେ।

 

ଯେତେବେଳେ ଯାତ୍ରୀ ଜଣକ ସେଠାରୁ ଉଠି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ମହିଳା  ଓ ତାଙ୍କ ପରିବାର ବିମାନ ଭିତରେ ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ। ଏଥିସହିତ ଝରକା ପାଖ ସିଟରେ ବସିଥିବା ଯାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ନିସ୍ତୁକମାଡ଼ ମାରିଥିଲେ ମହିଳା ଓ ତାଙ୍କ ପରିବାରଲୋକ। ପାଇଲଟ ଆସି ବୁଝାଇବା ପରେ ପରିସ୍ଥିତି  ଶାନ୍ତ ପଡ଼ିଥିଲା।

 

ସମ୍ବନ୍ଧିତ ଖବର