ବିବାହ ପରେ ପିଲାଦିନର ପ୍ରେମିକା ସହ ସ୍ୱାମୀଙ୍କ ସମ୍ପର୍କ ଥିବା ହ୍ଵାଟସ୍‌ଆପ୍‌ରୁ ଜାଣିଲେ ପତ୍ନୀ, ତା’ପରେ ହୋଇଗଲେ ବିଧବା !

ହାଇଦ୍ରାବାଦ: ହାଇଦ୍ରାବାଦରେ ପରକୀୟପ୍ରୀତିର ଏକ କରୁଣ ଉଦାହରଣ ଦେଖିବାକୁ ମିଳିଛି। ପ୍ରେମିକା ସହ ଗପୁଥିବା ବେଳେ ପତ୍ନୀଙ୍କ ହାତରେ ଧରାପଡ଼ିଯିବାରୁ ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୭ ବର୍ଷ ବୟସର ମୃତ ଯୁବକ କେ. ଶିବ କୁମାର ପେସାରେ  ଜଣେ ଇଲେକ୍ଟ୍ରିସିଆନ୍‌ ବୋଲି ଜଣାପଡ଼ିଛି। ଅଗଷ୍ଟ ୧୫ ତାରିଖରେ ଶିବ କୁମାର ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶିବ ନିଜ ପିଲାଦିନର ସାଙ୍ଗ ସି. ଭେନେଲାଙ୍କ ସମ୍ପର୍କରେ ଆସିଥିଲେ। ବହୁତ ଦିନ ପରେ ବନ୍ଧୁ ମିଳିଥିବାରୁ ଦୁହେଁ ଢେର ସମୟ ଖୁସିଗପ କରୁଥିଲେ। ଏପରିକି ପ୍ରତିଦିନ କଥା ମଧ୍ୟ ହେଉଥିଲେ ବୋଲି ତାଙ୍କ ସ୍ତ୍ରୀ ଜାଣିବାକୁ ପାଇଥିଲେ। ଏହି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା।

ତେବେ ଶିବଙ୍କ ସ୍ତ୍ରୀ ପ୍ରତିଦିନ ସ୍ୱାମୀ ହ୍ଵାଟସ୍‌ଆପ୍‌ରେ କ’ଣ କଥା ହେଉଛନ୍ତି, ତାହା ଜାଣିବାକୁ ଚେଷ୍ଟା କରି ଥାଆନ୍ତି ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥାଏ। ଏହି କଳହ ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଶିବ ଏସବୁକୁ ନେଇ ବିରକ୍ତ ହୋଇଯାଇଥିଲେ, ଶେଷରେ ଘରର ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ।


ଏପଟେ ଶିବଙ୍କ ଆତ୍ମହତ୍ୟାର ଖବର ଶୁଣିବା ପରେ ଭେନେଲା ଘରେ କେହି ନ ଥିବା ସମୟରେ ଟକ୍ସିକ୍‌ ମେଡିସିନ୍‌ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର