ସ୍କୁଟି ପଛରେ ଛିଡ଼ା ହୋଇ ଯୁବକଙ୍କୁ ହୋଲି ଲଗାଉଥିବା ବେଳେ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ ଯୁବତୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସତର୍କ ହୋଇ ଗାଡ଼ି ଚଲାଇବାକୁ ବାରମ୍ବାର ସଚେତନ କରାଯାଉଛି। କିନ୍ତୁ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ସଡ଼କ ସୁରକ୍ଷା ନିୟମକୁ ଅଣଦେଖା କରି ରାସ୍ତାରେ ଗାଡ଼ି ଚଲାଉଛନ୍ତି। ଯେଉଁଥିପାଇଁ ସେମାନେ ବିପଦରେ ପଡ଼ିବା ସହିତ ଅନ୍ୟର ଜୀବନକୁ ବିପଦରେ ପକାଉଛନ୍ତି। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।

ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶର ନୋଏଡାର ବୋଲି ଜଣାପଡ଼ିଛି। ଯେଉଁଥିରେ ଜଣେ ଯୁବକ ସ୍କୁଟି ଚଲାଉଥିବା ବେଳେ ତାଙ୍କ ପଛରେ ଜଣେ ଯୁବତୀ ଛିଡ଼ା ହୋଇଛନ୍ତି। ଏହି ସମୟରେ ସେ ଯୁବକଙ୍କ ଚେହେରାରେ ହୋଲି ଲଗାଇ ଦୁଇହାତ ଛାଡ଼ି ଯାଉଥିବା ଦେଖିବାକୁ ମିଳୁଛି।

ଠିକ ଏହି ସମୟରେ ଅସାବଧାନତାବଶତଃ ଯୁବତୀ ଜଣକ ସ୍କୁଟିରୁ ଖସି ରାସ୍ତାକୁ ଝିଟିକି ପଡ଼ିଥିଲେ। ସୌଭାଗ୍ୟବଶତଃ ତାଙ୍କୁ ବି‌ଶେଷ କିଛି ଆଘାତ ଲାଗି ନଥିଲା କି ଏହି ସମୟରେ ତାଙ୍କ ସ୍କୁଟି ପଛରୁ କୌଣସି ଗାଡ଼ି ଆସୁ ନଥିଲା।

 

ଥରେ ଚିନ୍ତା କରି ଦେଖନ୍ତୁ ତ ଯେତେବେଳେ ଯୁବତୀ ଜଣକ ରାସ୍ତାକୁ ଝଟିକି ପଡ଼ିଲେ ସେତେବେଳେ ଯଦି ତାଙ୍କ ପଛରୁ ଦ୍ରୁତଗତିରେ କୌଣସି ଗାଡ଼ି ଆସିଥାଆନ୍ତା ତେବେ କ’ଣ ଅବସ୍ଥା ହୋଇଥାଆନ୍ତା।

ସମ୍ବନ୍ଧିତ ଖବର