ଖାଦ୍ୟରେ ଅଧିକ ତେଲ ପକାଇଥିବାରୁ ପତ୍ନୀଙ୍କୁ ଗରମ ତେଲ ଫିଙ୍ଗିଲେ, କିରୋସିନ୍‌ ଢ଼ାଳି ନିଆଁ ଲଗାଇଲେ ସ୍ୱାମୀ

ମୁମ୍ବାଇ: ସଂସାର କରିଥିଲେ ପଥର ପଡ଼ିଲେ ବି ସହିବା ଭଳି କଥାରେ ଅଛି। ତେବେ ପ୍ରତ୍ୟେକ ପତି-ପତ୍ନୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ନେଇ କଳହ ଲାଗିଥାଏ। କେତେକଙ୍କ କ୍ଷେତ୍ରରେ ଏହି କଳହ ଥମି ଯାଉଥିଲା ବେଳେ ଅନେକଙ୍କ କ୍ଷେତ୍ରରେ ସାମାନ୍ୟ କଳହ ବି ଭୟଙ୍କର ରୁପ ନେଇଥାଏ। ପରିମାଣ ସ୍ୱରୂପ ଆତ୍ମହତ୍ୟା, ମୃତ୍ୟୁ, ନହେଲେ ଛାଡପତ୍ର ଯାଏଁ କଥା ଯାଇଥାଏ।

ତେବେ ଏଭଳି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର ଜିଓ୍ଵାର୍‌ଗି ଟାଲୁକ୍‌ର ନେଲୋଗି ଗ୍ରାମରେ ଘଟିଛି। ପତ୍ନୀ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ସମୟରେ ଅତ୍ୟଧିକ ତେଲ ଦେଇ ଦେଇଥିଲେ। ଏହି କାରଣରୁ ପତି ଭିମାଶଙ୍କର ନାରାଶାଖି ରାଗି ଯାଇ ପତ୍ନୀ ପ୍ରିୟଙ୍କାଙ୍କ ମୁହଁକୁ ଗରମ ତେଲ ଫିଙ୍ଗି ଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା ଯେ ସେ ପ୍ରିୟଙ୍କାଙ୍କ ଶରୀରରେ କିରୋସିନ୍‌ ଢ଼ାଳି ନିଆଁ ଲାଗାଇ ଦେଇଥିଲେ। ଫଳରେ ପ୍ରିୟଙ୍କାଙ୍କ ଶରୀର ୫୦ପ୍ରତିଶତ ପୋଡି ଯାଇଥିଲା। ତାଙ୍କୁ ଚକିତ୍ସା ପାଇଁ ବସାେଓ୍ଵଶ୍ୱର ହସ୍‌ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରିୟଙ୍କାଙ୍କ ସ୍ୱାମୀ ଭିମାଶଙ୍କରକୁ ଗିରଫ କରିଛି। ଏହି ମାମଲା ନିଲୋଗି ପୁଲିସ ଷ୍ଟେସନ୍‌ରେ ରୁଜୁ କରାଯାଇଛି।

ପ୍ରିୟଙ୍କା ଭିମାଶଙ୍କରକୁ ତିନିବର୍ଷ ହେବ ବିବାହ କରିଥିଲେ। ଏହି ଦମ୍ପତିଙ୍କ ୧୮ମାସର ଏକ ସନ୍ତାନ ଅଛି।

ସମ୍ବନ୍ଧିତ ଖବର