ମାଗଣାରେ ଫଳ ଦେଲେ ନାହିଁ ବୋଲି ଦିବ୍ୟାଙ୍ଗଙ୍କୁ ରାସ୍ତାରେ ଉଠାଇ କଚାଡ଼ି ଦେଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଜଣେ ଦିବ୍ୟାଙ୍ଗଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରୁଥିବା ସହିତ ରାସ୍ତାରେ ଉଠାଇ କଚାଡ଼ି ଦେଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସଫେଇ କର୍ମଚାରୀଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରାଯାଇଛି।

ଏହି ଭିଡିଓରେ ଘଟିଥିବା ଘଟଣାକୁ ନେଇ କୁହାଯାଉଛି, ଜଣେ ସଫେଇ କର୍ମଚାରୀ ଜଣେ ଦିବ୍ୟାଙ୍ଗ ଫଳ ବିକାଳିଙ୍କୁ ମଗଣାରେ କଦଳୀ ମାଗିଥିଲେ। ତେବେ ଦୋକାନୀ ଜଣକ ଗରିବ ସେ ଫଳ ବି‌କିଲେ ତାଙ୍କ ପରିବାର ଚଳିବ। ତେଣୁ ସେ ମାଗଣାରେ ଫଳ ଦେଇ ପାରିବେ ନାହିଁ ବୋଲି ସଫେଇ କର୍ମଚାରୀଙ୍କୁ ରୋକଠୋକ ମନା କରି ଦେଇଥିଲେ।

ଏହାପରେ ସଫେଇ କର୍ମଚାରୀ ଜଣକ  ରାଗି ଯାଇ ଫଳ ବିକାଳିଙ୍କୁ ମାଡ଼ ମାରିବା ସହିତ ତାଙ୍କ ଠେଲାକୁ ଓଲଟାଇ ଦେଇଥିଲେ। ଏଥିସହିତ ରାସ୍ତାରେ ଦିବ୍ୟାଙ୍ଗଙ୍କୁ ଉଠାଇ କଚାଡ଼ି ଦେଇଥିଲେ। ଏହି ମାଡ଼ରେ ସଫେଇ କର୍ମଚାରୀ ଆହତ ହୋଇଥିବା ବି ଜଣାପଡ଼ିଛି।

ପୁଲିସ ଏହି ଭିଡିଓକୁ ଦେଖିବା ପରେ ଉକ୍ତ ସଫେଇକର୍ମଚାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଦୋଷୀ ସାବ୍ୟସ୍ତ ହେଲେ କଡ଼ାରୁ କଡ଼ା ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

 

ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୁନିଆରେ ଏମିତି ବି ଲୋକ ଅଛନ୍ତି, ବିଶ୍ବାସ କରି ହେଉନାହିଁ। ଯେଉଁମାନଙ୍କ ଭିତରେ ମାନବିକତା ବୋଲି କିଛି ନାହିଁ।

ସମ୍ବନ୍ଧିତ ଖବର