୬୪ ଗ୍ରାମ ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: କ୍ୟୁଏଟି ଏବଂ ଲକ୍ଷ୍ମୀସାଗର ପୁଲିସ ଶନିବାର ପୁଣି ଥରେ ବ୍ରାଉନସୁଗର ବ୍ୟବସାୟ ଘଟଣାକୁ ପର୍ଦ୍ଦାଫାଶ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଝାରପଡ଼ା ଓଭରବ୍ରିଜ୍‌ ନିକଟରେ ଯୋଜନାବନ୍ଧ ଭାବରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୬୪ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ପୁଲିସ କହିଛି, ଜଳେଶ୍ୱରର ଲଖିଆ ବିନ୍ଧାଣୀ ଓ ହଳଦୀପଡ଼ିଆ ବସ୍ତିର ବେଣୁଧର ଦାସଙ୍କୁ ଗିରଫ କରାଯାଇଛି।

 

ସମ୍ବନ୍ଧିତ ଖବର