ତାଳଚେରରେ ଘନ କୁହୁଡ଼ି, ଯାତାୟତ ବାଧାପ୍ରାପ୍ତ

ତାଳଚେର: ଆଜି ତାଳଚେରରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ଏହି ଘନ କୁହୁଡ଼ି ପାଇଁ ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ ଚଳାଚଳ ସହିତ ଜନସାଧାରଣ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ସାଧାରଣତଃ ତାଳଚେରରେ ଧୂଳିଧୂଆଁ ଯୋଗୁଁ ସାଧାରଣ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏହି ଘନ କୁହୁଡ଼ି ବୋଝ ଉପରେ ଲଳିତା ସଦୃଶ।

ସେହିଭଳି ‌କୋଇଲା ବୋଝେଇ ଟ୍ରକ ସହିତ ଦୁଇ ଚକିଆ ଚାରି ଚକିଆ ଯାନ ଚଳାଚଳ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଯାହା ଯାତ୍ରୀମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଆଜି ଭୋରୁ ୪ଟାରୁ ଦିନ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗିରହିଥିବା ଯୋଗୁଁ ରାସ୍ତାଘାଟ ଏପରିକି ମୁହଁକୁ ମୁହଁ ଦେଖା ଯାଉନଥିଲା। ତେଣୁ ତାଳଚେର ପରି ଶିଳ୍ପ ନଗରୀରେ ଦୀର୍ଘ ୬ ଘଣ୍ଟା ଧରି ଘନ କୁହୁଡ଼ି ରହିବା ଯୋଗୁଁ ତାଳଚେର ସହର ଗତିହୀନ ହୋଇପଡ଼ିଥିଲା।

ସମ୍ବନ୍ଧିତ ଖବର