ହିନ୍ଦୁ ଯୁବକଙ୍କୁ ବିବାହ କରିବାକୁ ଇଲ୍‌ମାରୁ ସୌମ୍ୟା ବନିଲେ ମୁସ୍‌ଲମାନ ଯୁବତୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଦାୟୁଁରେ ଜଣେ ମୁସଲ୍‌ମାନ ଯୁବତୀ ଘରୁ ପଳାଇ ପୂରା ରୀତିନୀତିର ସହ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରି ଇଲ୍‌ମାରୁ ସୋମ୍ୟା ବନି ଯାଇଛନ୍ତି। ବିବାହ ପରେ ସୋମ୍ୟା ଗ୍ରାମର ମୁଖିଆଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ଗୁହାରି କରିଛନ୍ତି।

ଜାଣିବାକୁ ମିଳିଛି ଯେ ଏହି ମୁସ୍‌ଲମାନ ଯୁବତୀ ଜଣକ ପ୍ରେମ ପାଇଁ ନିଜ ଧର୍ମ ତ୍ୟାଗ କରି ବରେଲିର ଅଗସ୍ତ୍ୟ ମୁନି ଆଶ୍ରମରେ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଯୁବକ ସୋମେଶଙ୍କ ସହ ମନ୍ଦିରରେ ବିବାହ କରିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

ଏ ନେଇ ବରେଲିର ଅଗସ୍ତ୍ୟ ମୁନି ଆଶ୍ରମର ପଣ୍ଡିତ କେ‌କେ ଶଂଖଧାର ତାଙ୍କର ମତ ରଖି କହିଛନ୍ତି ଯେ ‘ଦୁହିଁଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ କରାଯାଇଛି। ବଦାୟୁଁ ଜିଲ୍ଲାର ବାସିନ୍ଦା ମୁସ୍‌ଲମାନ ଯୁବତୀ ଜଣକ ସୋମେଶଙ୍କୁ ଅନେକ ବର୍ଷରୁ ଜାଣିଛନ୍ତି। ପ୍ରଥମେ ସେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ସୃଷ୍ଟି ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରେମ ହୋଇଥିଲା। ଫଳରେ ଧର୍ମ ଭିନ୍ନ ସତ୍ତ୍ବେ ଏହି ପ୍ରେମୀଯୁଗଳ ବିବାହ ନିଷ୍ପତ୍ତି ନେଇଥିଲେ।’

ବିବାହ ପରେ ଗଣମାଧ୍ୟମରେ ନିଜର ମତ ରଖି ସୋମେଶ କହିଛନ୍ତି, ‘ବିବାହ ପୂର୍ବରୁ ସୋମ୍ୟାଙ୍କ ଘରକୁ ମୋର ଯିବାଆସିବା ଥିଲା। କିଛି ଦିନର ମିଳାମିଶା ମଧ୍ୟରେ ‌ଆମକୁ ପ୍ରେମ ହୋଇଗଲା। ସୋମ୍ୟା‌ଙ୍କୁ ହିନ୍ଦୁ ଧର୍ମ ଖୁବ୍ ପସନ୍ଦ ଥିଲା। ସେ ମୋତେ ବିବାହ କରିବାକୁ ନିଜ ଇଚ୍ଛ‌ାରେ ଧର୍ମ ପରିବର୍ତ୍ତନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର