ସାତକୋଶିଆରେ ଛୁଆ ଫୁଟାଇଲା ଘଡ଼ିଆଳ

ଅନୁଗୁଳ: ସାତକୋଶିଆରେ ଛୁଆ ଫୁଟାଇଲା ଘଡ଼ିଆଳ। ଦୀର୍ଘ ୪୦ବର୍ଷ ପରେ କୋଭିଡ ସମୟରେ ପ୍ରଥମେ ୨୦୨୧ ମସିହାରେ ୨୮ ଛୁଆ ଦେଇଥିଲା। ଗତ ବର୍ଷ ବି ଅଣ୍ଡା ଫୁଟିଥିଲା। ଏ ବର୍ଷ କିନ୍ତୁ ପ୍ରଜନନରେ ବିଳମ୍ବ ହୋଇଥିଲା, ଯାହାକୁ ନେଇ ସାତକୋଶିଆ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ। ଗତକାଲି ବିଳମ୍ବିତ ରାତିରେ ମା ଘଡ଼ିଆଳ ଅଣ୍ଡା ଫୁଟାଇ ସାତକୋଶିଆ ଗଣ୍ଡରେ ଛୁଆ ଖେଳାଇଛି।

ସମ୍ବନ୍ଧିତ ଖବର