ଦୁଇ ଚୋରକୁ ନିର୍ଧୁମ ଛେଚିଲେ ଲୋକେ: ଜଣେ ଗୁରୁତର, ବାଲେଶ୍ୱର ସ୍ଥାନାନ୍ତର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ନଦୀଗାଁ କାନପୁରଠାରେ ବିଳମ୍ବିତ ରାତିରେ ଏକ ଦୋକାନରୁ ଚୋରି କରୁଥିବା ବେଳେ ଦୁଇଜଣ ଚୋରକୁ ନିର୍ଧୁମ ଛେଚି ପୁଲିସରଇଜଣ ଚୋରକୁ ନିର୍ଧୁମ ଛେଚି ପୁଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଅନୁସାରେ, ସୋର ବ୍ଲକ ନଦୀଗାଁ ପଂଚାୟତ କାନପୁର ଛକଠାରେ ମାନସ କୁମାର ସାହୁ ଏକ ଦୋକାନ କରିଛନ୍ତି। ପ୍ରତିଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କ ଦୋକାନ ଚାବି ଭାଙ୍ଗି ୪ ଜଣ ଯୁବକ ଚୋରି କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଥିଲେ। ଖବର ପାଇ ଦୋକାନ ପାଖରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ କାବୁ କରି ନିର୍ଧୁମ ଛେଚିଥିବା ବେଳେ ଅନ୍ୟ ଦୁଇଜଣ କୌଶଳ କ୍ରମେ ଖସିଯାଇଥିଲେ।

ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଚୋରଙ୍କୁ ସୋର ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇବା ସହିତ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଟକ ଥିବା ଚୋର କୁରୁଣିଆ ଗ୍ରାମର ପର୍ଶୁରାମ ବାରିକ ଓ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଚୋର ରାଉରକେଲା ଅଞ୍ଚଳର ବଳରାମ ପଟ୍ଟନାୟକ।

ସମ୍ବନ୍ଧିତ ଖବର