ଆସୁଛି ବାପା ସୁପରମ୍ୟାନ୍; ଶୀର୍ଷକ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ବର:  ବାପା ଭୂମିକାରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର। ଏହା ବୋଧେ ପ୍ରଥମ ଥର ପାଇଁ। ସନ୍ତାନର ଭବିଷ୍ୟତ ଉଜ୍ବଳମୟ କରି ଗଢ଼ିତୋଳିବା ପାଇଁ ବିଶେଷ କରି ବାପା ଓ ମା’ଙ୍କର ଭୂମିକା ଥାଏ। ପୁଅଟି ଯୋଗ୍ୟ ଏବଂ ଦକ୍ଷତା ସମ୍ପନ୍ନ ହେବାରେ ଯେ ବାପାଙ୍କ ଭୂମିକା ଅଧିକ ଥାଏ କିଏ ଜାଣୁ କି ନ ଜାଣୁ ତାହା ପ୍ରଚ୍ଛଦରେ କାମ କରିଥାଏ। ଓଁକାର ଏଣ୍ଟରଟେନ୍‌ମେଣ୍ଟ ପ୍ରସ୍ତୁତ କରିଥିବା ଏଇ ସିନେମାର ପ୍ରଯୋଜନା କରିଛନ୍ତି ରଶ୍ମିପ୍ରଭା ପାଣି। ଏଥିରେ କାହାଣୀ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ଗୁରୁ ଶତପଥୀଙ୍କ ରଚିତ ଗୀତଗୁଡ଼ିକର ସ୍ବର ସଂଯୋଜନା କରିଛନ୍ତି ସୌମିତ୍ରୀ ପଲାଇ। ଚିତ୍ରୋତ୍ତୋଳୋନ କରିଛନ୍ତି ଧ୍ରୁବାନନ୍ଦ ପଣ୍ଡା। ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତିି ସୋଫିଆ ଆଲାମ୍, ଶମ୍ଭୁ ହୋତା, ସୁପ୍ରିୟା, ପ୍ରକାଶ, ପ୍ରଜ୍ଞା, ଶୁଭ୍ରାଂଶୁ ଏବଂ ଶିଶୁ କଳାକାର ଶୁଭମ୍, ତ୍ରିଶା, ରିଷିକ ଓ ‌ତେଜ।

ଅନେକ ସଫଳ ସିନେମାର ନାୟକ ସିଦ୍ଧାନ୍ତ ଅଭିନୟରୁ ରାଜନୀତିକୁ ଯାଇ ଦୁଇ ଦୁଇ ଥର ଲୋକସଭାକୁ ନିର୍ବାଚିତ ହେଇଛନ୍ତି। ଏହା ବ୍ୟତୀତ ସମାଜ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଆସିଛନ୍ତି। ଏବେ ତାଙ୍କୁ ଘରେ ଘରେ ଦର୍ଶକ ‘କେମିତି କହିବି କହ’ ମେଗାଧାରାବାହିକ ମାଧ୍ୟମରେ ଦେଖୁଛନ୍ତି। ହେଲେ ହିରୋରୁ ଫାଦର ହେବା ଏହା ତାଙ୍କ ପାଇଁ ନୂଆ ଭୂମିକା। ଆଶା କରାଯାଉଛି ସେ ବାପା ଚରିତ୍ରରେ ମଧ୍ୟ ଦର୍ଶକଙ୍କୁ ଭାବପ୍ରବଣତା ଦେଇପାରିବେ। ଏଇ ଚଳଚ୍ଚିତ୍ରଟି ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଏହାର ପ୍ରଚାର ପ୍ରସାର ଦାୟିତ୍ବରେ ଥିବା ହରପ୍ରସାଦ।

ସମ୍ବନ୍ଧିତ ଖବର