ଭଦ୍ରକ: ଗ୍ୟାସ୍ ଟାଙ୍କି ଫାଟି ମହିଳା ଗୁରୁତର

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ନରିପୁର ଛକରେ ଗ୍ୟାସ୍ ଟାଙ୍କି ଫାଟି ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି। ଏଠାରେ ଥିବା ୫ ବଖରା ଘର ଭସ୍ମୀଭୂତ ହୋଇଛି। ତେବ କେଉଁ କାରଣରୁ ଗ୍ୟାସ ଫାଟିଲା ତାହା ଜଣାଯାଇନି। ଏଣେ ନିଆଁଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିବାର ସୂଚନା ରହିଛି।

ଭଦ୍ରକ ସହରରେ ହୋଲି ମନାଇବାରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଘଟିଛି ଏକ ଅଘଟଣ। ଭଦ୍ରକ ସହର ନିକଟସ୍ଥ ନରିପୁରର ରମେଶ ଲାଲଙ୍କ ଘରେ ଜଣେ ମହିଳା ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିଥିଲା। ଏକାଥରେ ୨ଟି ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା ।ଏଥିରେ ଜଣେ ମହିଳା ଗୁରୁତର ହୋଇଥିଲେ। ଏହାଛଡ଼ା  ରମେଶ ଲାଲଙ୍କ ଘର ସମେତ ଅନ୍ୟମାନଙ୍କ ୫ ବଖରା ଘର ଜଳିଯାଇଥିଲା। ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି । ଖବର ପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ସମ୍ବନ୍ଧିତ ଖବର