ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ପରେ ଏବେ ଫିଲ୍ମ ‘ଦଙ୍ଗଲ’କୁ ପଛରେ ପକାଇଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ କ୍ରମାଗତ ଭାବେ ଅଭୂତପୂର୍ବ ବ୍ୟବସାୟ କରି ଚାଲିଛି। ପ୍ରତ୍ୟେକ ଦିନ ଏହି ଚଳଚ୍ଚିତ୍ର ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଛି। ରିଲିଜ୍ ହେବାର ସପ୍ତମ ଦିନରେ ‘ଦ କଶ୍ମୀର ଫାଇଲ୍ସ’ ‘ଅଲଟାଇମ୍ ବ୍ଲକବ୍ଲଷ୍ଟର୍’ ବା ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ପାଇଥିବା ବେଳେ ଅଷ୍ଟମ ଦିନରେ ଏହା ‘ଦଙ୍ଗଲ’ ଭଳି ଫିଲ୍ମକୁ ପଛରେ ପକାଇଛି। ସପ୍ତମ ଦିନରେ ଫିଲ୍ମଟି ୯୭.୩୦କୋଟି ଟଙ୍କା ଆୟ କରିଥିବା ବେଳେ ଅଷ୍ଟମ ଦିନରେ ଏହା ୧୦୦କୋଟି ପାର କରିଛି।

ସିନେ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ କରି ଲେଖିଛନ୍ତି, ‘ଦ କଶ୍ମୀର ଫାଇଲ୍ସ’ ଇତିହାସ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରଟି ଅଷ୍ଟମ ଦିନରେ ୧୯.୧୫ କୋଟି ଟଙ୍କା ରୋଜଗାର କରିଥିଛି। ଏହା ‘ବାହୁବଲୀ-୨’ (୧୯.୭୫ କୋଟି) ଅଷ୍ଟମ ଦିନରେ କରିଥିବା ଆୟର ପାଖାପାଖି ଥିବା ବେଳେ ଦଙ୍ଗଲ (୧୮.୫୯ କୋଟି) ଅଷ୍ଟମ ଦିନରେ କରିଥିବା ଆୟଠାରୁ ଅଧିକ ରହିିଛି। ଭାରତୀୟ ବଜାରରେ ଫିଲ୍ମର ମୋଟ ସଂଗ୍ରହ ୧୧୬.୪୫ କୋଟିରେ ପର୍ଯ୍ୟନ୍ତ ପହଞ୍ଚିଛି।

The Kashmir Files Movie review: A limp attempt at provocation- Cinema  express

‘ଦ କାଶ୍ମୀର ଫାଇଲ୍ସ’ ପ୍ରତ୍ୟେକ ଦିନର ଆୟ(କେବଳ ଭାରତରେ):

ଶୁକ୍ରବାର(ମାର୍ଚ୍ଚ ୧୧)- ୩.୫୫ କୋଟି
ଶନିବାର – ୮.୫୦ କୋଟି
ରବିବାର – ୧୫.୧୦ କୋଟି
ସୋମବାର – ୧୫.୦୫ କୋଟି
ମଙ୍ଗଳବାର – ୧୮ କୋଟି
ବୁଧବାର – ୧୯.୦୫ କୋଟି
ଗୁରୁବାର – ୧୮.୦୫ କୋଟି

ଶୁକ୍ରବାର- ୧୯.୧୫କୋଟି
ମୋଟ – ୧୧୬.୪୫ କୋଟି

ପ୍ରଥମ ଦିନରେ ମାତ୍ର ୬୩୦(ପ୍ରାୟ) ସ୍କ୍ରିନରେ ରିଲିଜ୍ ହୋଇଥିଲା ‘ଦ କଶ୍ମୀର ଫାଇଲ୍ସ’। ତେବେ ଫିଲ୍ମକୁ ଲୋକେ ଅତିମାତ୍ରାରେ ପସନ୍ଦ କରୁଥିବାରୁ ଦ୍ଵିତୀୟ ସପ୍ତାହରେ ଏହି ଫିଲ୍ମକୁ ୪ ହଜାର ସ୍କ୍ରିରେ ରିଲିଜ୍ କରାହୋଇଛି। ରିଲିଜ୍ ବେଳେ କିଛି ଚଳଚ୍ଚିତ୍ର ସମାଲୋଚକ କହୁଥିଲେ ଆଗାମୀ ଦିନରେ ବିଗ୍ ବଜେଟ୍ ଓ ତାରକା ଖଚିତ ଚଳଚ୍ଚିତ୍ର ରିଲିଜ୍ ହେବାରୁ ଥିବାରୁ ‘ଦ କଶ୍ମୀର ଫାଇଲ୍ସ’ ଭଲ ଚଳଚ୍ଚିତ୍ର ହୋଇଥିଲେ ବି ଦ୍ଵିତୀୟ ସପ୍ତାହ ବେଳକୁ ସ୍କ୍ରିନ୍ ସଂଖ୍ୟା କମିଯିବ ଓ ବ୍ୟବସାୟ କମିଯିବ। କିନ୍ତୁ ସ୍କ୍ରିନ୍ ସଂଖ୍ୟା କମିବା ବଦଳରେ ଦ୍ଵିତୀୟ ସପ୍ତାହରେ ‘ଦ କଶ୍ମୀର ଫାଇଲ୍ସ’ର ସ୍କ୍ରିନ ସଂଖ୍ୟା ୬ ଗୁଣରୁ ଅଧିକ ବଢିଛି।

ସମ୍ବନ୍ଧିତ ଖବର