ବ୍ରାହ୍ମଣୀ ନଦୀରୁ ଉଠି ଆସିିଲା ୧୦ ଫୁଟ୍‌ ଲମ୍ବ ବଉଳା କୁମ୍ଭୀର, ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ନଳଦିଆ ଗ୍ରାମରୁ ୧୦ଫୁଟ ଲମ୍ବର କୁମ୍ଭୀର ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।କୁମ୍ଭୀରଟି ବ୍ରାହ୍ମଣୀ ନଦୀରୁ ଜନବସତିକୁ ଚାଲିଆସିଥିଲା। ଲୋକମାନେ ଦେଖି କିଛି କ୍ଷତି ହେବା ପୂର୍ବରୁ କୁମ୍ଭୀରଟିକୁ କାବୁ କରିନେଇଥିଲେ। ସଂଗେ ସଂଗେ ରାଜନଗର ବନବିଭାଗକୁ ଜଣାଇ ଥିଲେ। ବନବିଭାଗ କର୍ମଚାରୀମାନେ ଆସି କୁମ୍ଭୀରଟିକୁ ଗ୍ରାମବାସୀଙ୍କ ଠାରୁ ନେଇଛନ୍ତି।
Sambad

ସୂଚନା ଅନୁସାରେ ନଳଦିଆ ଗାଁ ନିକଟ ଦେଇ ପ୍ରବାହିତ ହେଉଛି ବ୍ରାହ୍ମଣୀ ନଦୀ। ଆଜି ପୂର୍ବାହ୍ନରେ ଏକ ୧୦ ଫୁଟ ଲମ୍ବର ବଉଳା କୁମ୍ଭୀର ନଦୀରୁ ଗାଁଆଡକୁ ଆସୁଥିଲା। କୁମ୍ଭୀରଟି ଗାଁ ମୁହାଁ ହୋଇ ଚାଲିଚାଲି ଆସୁଥିବା ଦେଖି ଲୋକେ ଭୟଭୀତ ହୋଇଥିଲେ। ଗାଁ ଲୋକେ କୁମ୍ଭୀରକୁ କାବୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ପରେ ସେମାନେ ଏହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।

ସବୁଠାରୁ ବଡ଼ କଥା ହେଲା ଯେ, କୁମ୍ଭୀରଟି ଯେତେବେଳେ ଗାଁ ମୁହାଁ ହେଉଥିଲା, ସେହି ସମୟରେ କୌଣସି ଶିଶୁ ଏହାର ହାବୁଡ଼ରେ ପଡିନଥିଲେ। କୌଣସି ଶିଶୁ ଯଦି କୁମ୍ଭୀରର ସମ୍ମୁଖୀନ ହୋଇଥାନ୍ତା, ତା’ହେଲେ ନିଶ୍ଚିତ ଭାବେ ବଡ଼ ଧରଣର ଅଘଟଣ ଘଟିଥାନ୍ତା ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର