ନାବାଳିକା ଦୁଷ୍କର୍ମ ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଯୁବକ

ଜୟପୁର: କୋରାପୁଟ ଟାଉନଥାନା ଅଞ୍ଚଳର ଜୈନେକା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ‌ ମାମଲାର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଆନନ୍ଦ ଟାକ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ଏପ୍ରିଲ ୧୪ତାରିଖ ଦିନ କୋରାପୁଟ ଟାଉନଥାନା ଅର୍ନ୍ତଗତ ଡାଙ୍ଗଦେଉଳା ଗାଁର ଅଭିଯୁକ୍ତ ଆନନ୍ଦ ଟାକ୍ରି କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ୧୭ବର୍ଷିୟା ନାବାଳିକାକୁ ଗର୍ଭବତୀ ଅବସ୍ଥା‌ରେ ଅଲଟ୍ରାସ୍କାନିଂ କରିବାକୁ ନେଇକି ଯାଇଥିଲେ। ଏ ନେଇ ଅଲଟ୍ରାସ୍କାନିଂ କରୁଥିବା ଡାକ୍ତର କୋରାପୁଟ ଟାଉନଥାନା ପୁଲିସକୁ ସୂଚନା ଦେଇଥିଲେ। ଟାଉନଥାନା ପୁଲିସ ତଦନ୍ତ କରି ନିଜ ଆଡରୁ ମାମଲା ରୁଜୁ କରି ଅଭିଯୁକ୍ତ ଆନନ୍ଦଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ।

ସଂପ୍ରତି ଆନନ୍ଦ ଜେଲରେ ଥିବା ବେଳେ ମାମଲାର ସାକ୍ଷୀ ବିଚାର କୋର୍ଟରେ ହୋଇଥିଲା। ୫ଜଣ ସାକ୍ଷୀ ଦେଇଥିଲେ। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛି। ଏହି ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପିଣ୍ଟୁ ମାଝୀ, ଆରକେ ପାତ୍ର ଓ ସହଯୋଗୀ ପରିଚାଳନା କରୁଥି‌ଲେ। ମାମଲା ରୁଜୁ ହେବାର ଅଳ୍ପ ଦିନ ମଧ୍ୟରେ ପୁଲିସ କେସଡାୟରୀ ଓ ଚାର୍ଜସିଟ୍ ଦାଖଲ କରିଥିବାରୁ ୩ମାସ ମଧ୍ୟରେ ଶୁଣାଣି ହେବା ସହ ପକ୍ସୋକୋର୍ଟରେ ନ୍ୟାୟିକ ବିଚାର ଶୀଘ୍ର ଚାଳିବା ନୂଆ ଉଦାହରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର