୨୦୨୧ର ବାହାଘର ତିଥି: ଜୁଲାଇ ୧୭ରୁ ନଭେମ୍ବର ୧୪ ଯାଏ ବାହାଘର ତିଥି ନାହିଁ, ମେ’ ମାସରେ ସର୍ବାଧିକ

କଟକ: ୨୦୨୧ର ପ୍ରଥମ ଦୁଇ ମାସ ଶେଷ ହେବାକୁ ଯାଉଛି। ଚଳିତ ବର୍ଷ ଫେବ୍ରୁଆରି ମାସରେ ଆଗକୁ ମାତ୍ର ଆଉ ଗୋଟିଏ ଦିନ ଅର୍ଥାତ ଫେବ୍ରୁଆରି ୨୮ ତାରିଖରେ ବାହାଘର ତିଥି ରହିଛି। ପରବର୍ତ୍ତୀ ମାସ ମଧ୍ୟରେ ସର୍ବାଧିକ ବାହାଘର ତିଥି ମେ’ ମାସରେ ରହିଛି। ଅର୍ଥାତ ସେହି ମାସରେ ୧୭ ଦିନ ବିବାହ ତିଥି ରହିଛି। ଜୁଲାଇ ମାସ ଯାଏ ବାହାଘର ତିଥି ରହିଥିବା ବେଳେ ଅଗଷ୍ଟରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବିବାହ ତିଥି ନାହିଁ। ଚଳିତ ବର୍ଷ ଜୁଲାଇ ୧୬ରେ ବାହାଘର ତିଥି ପରେ ପାଖାପାଖି ଆଉ ୪ ମାସ ଆଉ ବାହାଘର ତିଥି ନାହିଁ। ପୁଣି ନଭେମ୍ବର ୧୫ରୁ ବାହାଘର ତିଥି ଆରମ୍ଭ ହେଉଛି ଏବଂ ନଭେମ୍ବର ଓ ଡିସେମ୍ବର ଦୁଇ ମାସ ବିବାହ ତିଥି ରହିଛି। ଜାଣନ୍ତୁ କେଉଁମାସରେ କେତେଟି ବାହାଘର ତିଥି ରହିଛି।

ମାର୍ଚ୍ଚ : ୩, ୫, ୮ ଓ ୧୪ ତାରିଖରେ ବିବାହ ତିଥି ରହିଛି।
ଏପ୍ରିଲ: ୧୬, ୧୭, ୨୨, ୨୪, ୨୫, ୨୬, ୨୭, ୨୮, ୨୯ ଓ ୩୦ ତାରିଖରେ ବିବାହ ତିଥି ରହିଛି।
ମେ’: ୧, ୨, ୩, ୭, ୮, ୯, ୧୩, ୧୪, ୨୧, ୨୨, ୨୩, ୨୪, ୨୬, ୨୭, ୨୮, ୨୯ ଓ ୩୦ ତାରିଖରେ ବିବାହ ତିଥି ରହିଛି।
ଜୁନ: ୩, ୪, ୫, ୧୬, ୧୯, ୨୦, ୨୧, ୨୨, ୨୩, ୨୪, ୩୦ ତାରିଖରେ ବିବାହ ତିଥି ରହିଛି।
ଜୁଲାଇ: ୧, ୨, ୭, ୧୩, ୧୫ ଓ ୧୬ ତାରିଖରେ ବିବାହ ତିଥି ରହିଛି।
ନଭେମ୍ବର: ୧୫, ୧୬, ୨୦, ୨୧, ୨୮, ୨୯, ୩୦ ତାରିଖରେ ବିବାହ ତିଥି ରହିଛି।
ଡିସେମ୍ବର: ୧, ୨, ୬, ୭, ୮, ୧୧, ୧୩ ତାରିଖରେ ବିବାହ ତିଥି ରହିଛି।

ସମ୍ବନ୍ଧିତ ଖବର