ପୁରୀ ମୁଖ୍ୟ କେନାଲରେ ନିଖୋଜ ଯୁବକଙ୍କର ମିଳିଲା ମୃତଦେହ

ବାରଙ୍ଗ: କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ନିଖୋଜ ହୋଇଥିବ ଫୁଲନଖରା ବାଗଧରାର ରାକେଶ ସାହୁଙ୍କର ଶବ ପ୍ରତାପ ନଗରୀ ପାଖ ଏସକେପ ନିକଟରେ ମିଳିଛି। ରବିବାର ରାତି ୧୧ଟା ବେଳେ ବାରଙ୍ଗର ଅରିଲୋସ୍ଥିତ ଓମଫେଡ କମ୍ପାନିରୁ କାମ ସାରି ଓଲା ସ୍କୁଟିରେ ଫେରିଥିଲେ ରାକେଶ। ରବିବାର ରାତି ୧୧ଟା ରୁ ନିଖୋଜ ଥିଲେ ସେ। କାନପୁର ସାଇଫନ ତଳମୁଣ୍ଡ ପୁରୀ ମୁଖ୍ୟ କେନାଲ ଭିତରେ ତାଙ୍କ ଓଲା ଗାଡ଼ି ପାଣି ଭିତରେ ପଡ଼ି ଜଳୁଥିବାର ଦେଖିବାକୁ ମିଳିଥିଲା।

ନିଖୋଜ ଥିବା ସନ୍ଦେହରେ ବାରଙ୍ଗ ଥାନା ପୁଲିସ୍ ତଦନ୍ତ କରିବା ସହିତ ଅଗ୍ନିଶମ ବାହିନୀର ସହାୟତାରେ ଖୋଜି ବିଫଳ ହୋଇଥିଲା। ଏବେ ଶବ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବ ପୁଲିସ। ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ହତ୍ୟା ଷଡ଼ଯନ୍ତ୍ର ନା ଆଉ କିଛି ପୁଲିସ ଅନୁସନ୍ଧାନ ପରେ ଜଣା ପଡ଼ିବ।

ସମ୍ବନ୍ଧିତ ଖବର