ଗୁପଚୁପ ବିକାଳିଙ୍କ ଝୁଲନ୍ତା ଶବ ଉଦ୍ଧାର

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ନିକଟ ବିଦ୍ୟତ୍‌ ଗ୍ରିଡ୍‌ ପଛପଟ ଏକ ଗଛରୁ ଶୁକ୍ରବାର ଜଣେ ଗୁପଚୁପ ବିକାଳିକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ମଧ୍ୟପ୍ରଦେଶ ରାଜ୍ୟର ରାହୁଲ ଯାଦବ (୨୬) ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମାସେ ତଳେ ରାହୁଲ ତୁଷୁରାକୁ ଗୁପ୍‌ଚୁପ୍‌ ବିକ୍ରି କରିବା ପାଇଁ ଆସିଥିଲେ। ସେ ଏଠାରେ ତାଙ୍କ ୩ ଭାଇଙ୍କ ସହ ଏକ ଭଡ଼ାଘରେ ରହୁଥିଲେ।

ସୂଚନା ଅନୁସାରେ ରାହୁଲ ଗୁରିବାର ରାତି ଠାରୁ ନିଖୋଜ ଥିଲେ। ଶୁକ୍ରବାର ସକାଳୁ ତୁଷୁରା- ବଲାଙ୍ଗୀର ରାସ୍ତାର ଗ୍ରିଡ୍‌ ପଛପଟେ ଥିବା ଏକ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ତୁଷୁରା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ଥାନାଧିକାରୀ ସୁରେଶଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର