ଟଙ୍କା ଉଠାଇବା ବେଳେ ଠକେଇର ଶିକାର

ସମ୍ବଲପୁର: ଡିଆଇଇଟି ରୋଡ୍‌ର ନିରଞ୍ଜନ ସାହୁ ଗତ ୮ ତାରିଖ ଦିନ ଅଇଁଠାପାଲି ଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଏଟିଏମ୍‌ରେ ଟଙ୍କା ନଥିବାରୁ ପାଖରେ ଥିବା ଆଉ ଏକ ଏଟିଏମ୍‌କୁ ଯାଇଥିଲେ। ମେସିନ୍‌ରେ ଏଟିଏମ୍‌ କାର୍ଡ ଭର୍ତ୍ତି କରିଥିଲେ, କିନ୍ତୁ ତାହା ଆଉ ବାହାରି ନଥିଲା। ତେଣୁ ଏଟିଏମ୍‌ର କାନ୍ଥରେ ମରାଯାଇଥିବା କଷ୍ଟମର କେୟାର୍‌ ନମ୍ବର ସହ ଯୋଗାଯୋଗ କରିଥିଲେ। ସେ କହିବା ଅନୁଯାୟୀ କି ବୋର୍ଡକୁ ଚିପିବା ପରେ ଏଟିଏମ୍‌ କାର୍ଡଟି ବାହାରିଥିଲା। ସେହି ରାତିରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଥିବା ନେଇ ତାଙ୍କୁ ମେସେଜ୍‌ ଆସିଲା। ୧୩ ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ କଟି ଯାଇଥିଲା। କାରଣ ବୁଝି ନ ପାରି ଶେଷରେ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର