ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ସରୋଜ କୁମାର ମିଶ୍ର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ର ଯୋଗ ଦେଇଛନ୍ତି । ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଦାୟୀ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ଏହି ଅବସରରେ ସରକାରୀ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ସ୍ବାଗତ କରିଥିଲେ।

ଆସନ୍ତା ଉପ-ନିର୍ବାଚନକୁ କିଭଳି ଅବାଧ ଓ ନିରପେକ୍ଷ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି ଶ୍ରୀ ମିଶ୍ର  କହିଛନ୍ତି ।

ଜଗତସିଂହପୁର ଜିଲ୍ଲାପାଳଙ୍କ ବଦଳି ଦାବିକରି କଂଗ୍ରେସ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ଏହାପରେ ଗତକାଲି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବଦଳି କରାଯାଇଥିଲା।

ସମ୍ବନ୍ଧିତ ଖବର