ପୁରୀ : ପୁଲିସର ଦୁର୍ବ୍ୟବହାର ନେଇ ଏସପିଙ୍କ ଦ୍ୱାରସ୍ଥ ହେଲେ ବିଦେଶିନୀ

ପୁରୀ: ନାକ ତଳକୁ ଜଣେ ଯୁବକଙ୍କର ମାସ୍କ ଖସି ଯାଇଥିବାରୁ ପୁଲିସ୍ ତାଙ୍କଠାରୁ ଜରିମାନା ଆଦାୟ କରିବାକୁ ଯାଇ ମାଡ଼ ମାରିବା ସହିତ ତାଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ପୁଲିସର ଦୁର୍ବ୍ୟବହାର ଓ ଅସଭ୍ୟ ଭାଷାରେ ଗାଳିଗୁଲଜକୁ ନେଇ ଉକ୍ତ ଯୁବକଙ୍କ ବିଦେଶିନୀ ପତ୍ନୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଡିଏସପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି । ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

ସୂଚନାଯୋଗ୍ୟ, ଦୁଇଦିନ ତଳେ କାଳିକାଦେବୀ ସାହିର ଶକ୍ତିପ୍ରସାଦ ନାଥ ତାଙ୍କ ବାପାଙ୍କ ପାଇଁ ଔଷଧ ନେବାକୁ ଯାଇଥିଲେ। କୁମ୍ଭାରପଡ଼ା ପୁଲିସ ମାଟିଆପଡ଼ା ଛକରେ ମାସ୍କ ଚେକିଂ କରୁଥିବା ବେଳେ ଯୁବକଙ୍କୁ ଧରିଥିଲା ଏବଂ ଜରିମାନା ଦାବି କରିଥିଲା। ଯୁବକଙ୍କ ଦୋଷ ଥିଲା ଯେ ତାଙ୍କ ମାସ୍କ ନାକ ତଳକୁ ଖସି ଆସିଥିଲା।

ତେବେ ଯୁବକଙ୍କ ବିଦେଶୀ ପତ୍ନୀ ଲିବବଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରିବା ସହିତ ମିଥ୍ୟା ମାମଲା ରୁଜୁ କରିଛି। ଯେଉଁ ପୁଲିସ କର୍ମଚାରୀମାନେ ଯୁବକଙ୍କୁ ସେଠାରେ ଅଟକାଇବା ସହିତ ଥାନାକୁ ଆଣିଛନ୍ତି, ସେମାନେ ମଧ୍ୟ ଆଦୌ ମାସ୍କ ପିନ୍ଧି ନଥିଲେ। ଏଭଳି ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରିଥିବା ବେଳେ, ପତ୍ନୀ ଲିବବ ମଧ୍ୟ ଥାନାରେ ଏକ ଏତଲା ଦେଇଛନ୍ତି । ଆଜି ଏହି ଘଟଣାକୁ ନେଇ ବିଦେଶିନୀ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର