ବସ୍‌ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଝାରସୁଗୁଡ଼ା: ସନ୍ଧ୍ୟାରେ ଝାରସୁଗୁଡ଼ା ଥାନା ତାଲପଟିଆ ଫାଣ୍ଡି ସମ୍ମୁଖରେ ଏକ ବସ୍‌ ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। କଟାପାଲି ଗ୍ରାମର ଲିଙ୍ଗରାଜ ସିଂହ(୪୫) ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଏକ ବାଇକରେ ଯାଉଥିବା ବେଳେ ଏକ ଘରୋଇ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଲିଙ୍ଗରାଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁଭଦ୍ରା ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର