ଝାରସୁଗୁଡ଼ା:: ତହସିଲ୍‌ ଅଫିସ୍‌ ସାମ୍ନାରୁ କାର କାଚ ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୩ଲକ୍ଷ ଟଙ୍କା

ଝାରସୁଗୁଡ଼ା::  କଲେକ୍‌ଟ୍ରେଟ୍‌ ନିକଟରେ ଥିବା ତହସିଲ ଓ ରେଜିଷ୍ଟ୍ରି ଅଫିସ୍‌ ସାମ୍ନାରୁ ସୋମବାର ଅପରାହ୍ନରେ ଜଣେ ଶିକ୍ଷକଙ୍କଠାରୁ ୩ଲକ୍ଷ ଟଙ୍କା ନେଇ ଦୁଇଜଣ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି।

ସୂଚନାଯୋଗ୍ୟ, ଆଜି ପ୍ରାୟ ୧୧ଟା ସମୟରେ ଲଇକେରାରେ ବସବାସ କରୁଥିବା ଶିକ୍ଷକ ସୁରେଶଚନ୍ଦ୍ର ସାଗର ଷ୍ଟେଟ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଇବାକୁ ଯାଇଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କ ସେଣ୍ଟ୍ରୋ କାରରେ ଟଙ୍କା ରଖି ଡୋର୍‌ ଲକ୍‌ କରିଥିଲେ। ଶିକ୍ଷକଙ୍କ ଗାଡ଼ି ନମ୍ବର ହେଉଛି- ଓଆର୍‌ ୨୩ଏଚ୍‌୪୦୭୬। ଏହାପରେ ସୁରେଶଚନ୍ଦ୍ର ସାଗର ତହସିଲ ଓ ରେଜିଷ୍ଟ୍ରି ଅଫିସ ସାମ୍ନାରେ ଗାଡ଼ି ଅଟକାଇ କିଛି ସମୟ ପାଇଁ ଓହ୍ଲାଇଥିଲେ। ଏତିକି ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ପିସ୍ତର ବୋନେଟ୍‌ ସାହାଯ୍ୟରେ କାର୍‌ର ବାମ ପାର୍ଶ୍ୱ କାଚ ଭାଙ୍ଗି ଶିକ୍ଷକ ଗାଡ଼ିରେ ରଖିଥିବା ତିନିଲକ୍ଷ ଟଙ୍କାକୁ ଲୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଲୁଟ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର