ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ୧ଲକ୍ଷ ୭୦ହଜାର ଟଙ୍କା ଲୁଟ

ଜଗତସିଂହପୁର: ଜଗତସିଂହପୁର ରଘୁନାଥପୁର ଥାନା ଓଡ଼ପଡ଼ାଠାରେ ଥିବା ନାରାୟଣୀ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ସୋମବାର ଅପରାହ୍ନରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି କରି ନେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ପେଟ୍ରୋଲ ପମ୍ପ ମ୍ୟାନେଜ କୈଳାଶ ଦାସ ବ୍ୟାଙ୍କ୍‌କୁ ୧ଲକ୍ଷ ୭୦ହଜାର ଟଙ୍କା ଡିପୋଜିଟ କରିବାକୁ ନେଉଥିଲେ । ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ତାଙ୍କ ପିଛା କରିଥିଲେ। ଏବଂ ଓଡ଼ପଡ଼ା ବାଟରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ମ୍ୟାନେଜଙ୍କଠାରୁ ସମସ୍ତ ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର