ହାତୀ ଘଉଡ଼ାଇବାକୁ ଯାଇ ୩ ବନ କର୍ମଚାରୀ ଗୁରୁତର

ବାରିପଦା: ହାତୀ ଉପଦ୍ରବ ରୋକିବାକୁ ଯାଇ ୩ ବନ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି। ହାତୀମାନଙ୍କୁ ଘଉଡ଼ାଇବା ଲାଗି ୩ ଜଣ ବନ ବିଭାଗ କର୍ମଚାରୀ ଏକ ଜିପରେ ଯାଇଥିଲେ। ହେଲେ ତୁଙ୍ଗାଧୁଆ-ଭଣ୍ଡାରିକୁଳା ରାସ୍ତାରେ ହାତୀମାନେ ସେହି ଗାଡ଼ିପାଖକୁ ଆସୁଥିବା ଦେଖି ଭୟଭୀତ ହୋଇଥିଲେ ବନ ବିଭାଗ କର୍ମଚାରୀ। ଏହାପରେ ଗାଡ଼ିକୁ ପଛକୁ ଆଣି ଫେରି ଆସୁଥିବା ବେଳେ ଗାଡ଼ିଟି ଓଲଟିପଡ଼ିଥିଲା।

ଏହା ଫଳରେ ବେତନଟୀ ରେଞ୍ଜ କୃଷ୍ଣଚନ୍ଦ୍ରପୁର ବନରକ୍ଷୀ ରାଇଧନ ସିଂ ଓ ଉଦଳା ରେଞ୍ଜର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ତିନିଜଣଙ୍କୁ ଚିକିତ୍ସା ପାଇଁ ବାରିପଦାର ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର