ରାସ୍ତା ଖରାପ, ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହେଲେ ରୋଗୀ

ଖଇରା: ରାସ୍ତାର ଅବସ୍ଥା ସୂଚନୀୟ ଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଗଲେ ରୋଗୀ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ବାରାକୋଟି ଆଦିବାସୀ ଗାଁରେ।ଏହି ଗ୍ରାମର ୬୨ବର୍ଷୀୟ ବୃଦ୍ଧ ଦାକ୍ଷିଣୀ ମାଝୀଙ୍କର ଗତକାଲି ରାସ୍ତାରେ ପଡିଯାଇ ମୁଣ୍ଡ ଫାଟିଯାଇଥିଲା।ପରେ ସେ ଘରୋଇ ଉପଚାର କରିଥିଲେ। ହେଲେ ଆଜି ତାଙ୍କର ଅବସ୍ଥା ସୂଚନୀୟ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ସାରଡାଙ୍ଗ ଗାଁରୁ ବାରାକୋଟି ଗାଁକୁ ରାସ୍ତାର ଅବସ୍ଥା ସୂଚନୀୟ ହୋଇଥିବାରୁ ବାରାକୋଟି ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା। ଫଳରେ ସାରଡାଙ୍ଗ ଦେଉଳି ସାହିଠାରେ ଆମ୍ବୁଲାନ୍ସ ଅଟକି ରହିଥିଲା। ପରେ ଗ୍ରାମବାସୀମାନେ ଦାକ୍ଷିଣି ମାଝୀଙ୍କୁ ୧କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର