ଭୁବନେଶ୍ୱର: କୋଭିଡ ପରେ ଲୋକଙ୍କ ଠାରେ ଅନେକ ଲକ୍ଷଣ ଦେଖାଯାଉଛି । ଦୀର୍ଘ ମିଆଦି କୋଭିଡ ସମସ୍ୟାରେ ଲୋକେ ପୀଡିତ ହେଉଛନ୍ତି । ପୋଷ୍ଟ କୋଭିଡ ସିଣ୍ଡ୍ରୋମ ଯୋଗୁଁ ଲୋକେ ଅସୁବିଧା ଭୋଗୁଛନ୍ତି । କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ କଟକସ୍ଥିତ ଏସ୍ସିବି ମେଡିକାଲର ପ୍ରଫେସର ଜୟନ୍ତ ପଣ୍ଡା ଏହା କହିଛନ୍ତି । କିଛି ଲୋକ କୋଭିଡ ପରେ ଶ୍ୱାସନଳୀ ସମସ୍ୟା ଭୋଗୁଛନ୍ତି । ଚିଡ୍ଚିଡ଼ା, ଭୋକ ନହେବା, ଛାତି ଧଡ଼ଧଡ଼ ଭଳି ଲକ୍ଷଣ ଲକ୍ଷଣ ଦେଖାଯାଉଛି । ବୟସ୍କ, ମହିଳା, ଜଟିଳ ରୋଗୀରେ ପୀଡିତଙ୍କ ଠାରେ ଦେଖାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
କୋଭିଡରୁ ଭଲ ହେବା ପରେ ପୁଣି ଲକ୍ଷଣ ପ୍ରକାଶ ପାଇବା ନେଇ ପ୍ରଫେସର ପଣ୍ଡା କହିଛନ୍ତି, ପ୍ରଥମ ସପ୍ତାହରେ ଭୂତାଣୁର ପ୍ରଭାବ ଦେହରେ ରହିଥାଏ । ଭୂତାଣୁ ଯଦି ଶକ୍ତିଶାଳୀ ଥାଏ, ତେବେ ଦ୍ୱିତୀୟ ଥର ହୋଇଥାଏ । ଶିଶୁମାନଙ୍କ ଠାରେ ଦୀର୍ଘ ମିଆଦି କୋଭିଡ ସମସ୍ୟା କମ ଦେଖାଯାଏ । ଜଣେ ଉପଯୁକ୍ତ ଚିକିତ୍ସାରେ ରହିଲେ, ଏଥିରୁ ମୁକ୍ତି ପାଇପାରିବେ । ମାତ୍ର ଦୀର୍ଘ ମିଆଦି କୋଭିଡ ରୋଗୀ ଅଧିକ ସଂକ୍ରାମକ ନୁହେଁ ।
କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ପ୍ରଫେସର ତଥା ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ବାନାମ୍ବର ରାୟ କହିଛନ୍ତି, ଇକ୍ମୋ ଜରିଆରେ ଶରୀରର ଦୂଷିତ ରକ୍ତ ପରିଷ୍କାର କରାଯାଏ । ନିଶ୍ୱାସଜନିତ ସମସ୍ୟା ଥିଲେ ଭେଣ୍ଟିଲେଟର ସାହାଯ୍ୟ ନିଆଯାଏ । କୋଭିଡ ପୂର୍ବରୁ ଇକ୍ମୋର ବ୍ୟବହାର ହେଉଥିଲା । ଏନ୍୧ଏନ୍୧ ସମୟରେ ଇକ୍ମୋ ସଂପର୍କରେ ଚର୍ଚ୍ଚା ହୋଇଥିଲା । କୋଭିଡ ସମୟରେ ଇକ୍ମୋ ଚିକିତ୍ସାର ବେଶୀ ଆବଶ୍ୟକ ଜଣାପଡ଼ିଲା । ଇକ୍ମୋ ଲଗାଇଦେଲେ ସମସ୍ତେ ବଂଚିବେ ତାହା କହିପାରିବାନି ।