‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା ଓ ଆଜାଦିକା ଅମୃତ ମହୋତ୍ସବର ପୁରସ୍କାର ବିତରଣୀ ଉତ୍ସବ

ଜୟପୁର: ‘ସମ୍ବାଦ’ର ସ୍ବାନକ୍ଷତ୍ର ଉପ‌ଲକ୍ଷେ ଆଜି ବାର୍ଷିକ ପ୍ରତିଯୋଗିତା ସହ ରାଜ୍ୟପାଳ  ପ୍ରପେସର ଗଣେଶୀଲାଲଙ୍କ ପରାମର୍ଶକ୍ରମେ ରାଜ୍ୟସରକାରଙ୍କ ସହଯୋଗରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ମଧ୍ୟରେ ଓଡିଆ ଓ ଇଂରାଜୀରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଜି ସଂଧ୍ୟାରେ ସ୍ଥାନୀୟ ସମ୍ବାଦ କାର୍ଯ୍ୟାଳୟ ପରିସରରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ସମ୍ମାନୀତ ଅତିଥି ଭାବେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ପ୍ରଦୀପ ମିଶ୍ର, ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତା ‌ଯଞେଶ୍ବର ପଣ୍ଡା ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଜୟପୁର ସଂସ୍କରଣର ମୁଖ୍ୟ ଶାଖା ପରିଚାଳକ ତ୍ରିନାଥ ଖାଡଙ୍ଗା ସଭାପତିତ୍ବ କରିଥିଲେ।

ପୁରସ୍କାରବିତରଣୀ ଉତ୍ସବକୁ ସମ୍ବାଦର ନଗର ପ୍ରତିନିଧି ସୁରେଶ କୁମାର ନାଇଡୁ ସଂଯୋଜନା କରିଥିଲେ। ବିତ୍ତବିଭାଗର ସହକାରୀ ପରିଚାଳକ ଆନନ୍ଦ ଓଝା, ତ୍ରିଶୁଳ ସାନ୍ତ୍ରା, ପ୍ରସାରଣ ବିଭାଗର କେ.ଭେଙ୍କଟ ପ୍ରସାଦ ଦୋରା ସହ‌ଯୋଗ କରିଥିଲେ। ସମ୍ବାଦର ସମସ୍ତ କର୍ମଚାରୀ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଆଜି ଅନୁଷ୍ଠିତ ହୋଇଥିବା  ୧ମରୁ ୫ମ ଚିତ୍ରାଙ୍କନ ପ୍ରତିଯୋଗିତାରେ  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦନଗରର ସୃଜନିକା ସେନାପତି ପ୍ରଥମ, ସେଣ୍ଟ ଜାଭିୟାର ହାଇସ୍କୁଲର ଏନ୍. ସାଇ ତିକ୍ଷଣା ୨ୟ ଓ ଜୟପୁର ପବ୍ଲିକ ସ୍କୁଲର ଆମିତ ଗାଡ଼ିଆନ୍ ସାଧୁ ତୃତୀୟ ସ୍ଥାନ ହାସଲ କରିଥିଲେ। ସେଭଳି ସୁନ୍ଦର ଓଡିଆ ହସ୍ତାକ୍ଷର ପ୍ରତିଯୋଗିତା‌ରେ ଯୋଜନା ଉଚ୍ଚବିଦ୍ୟାଳୟ, ବାରିଣୀପୁଟର ସ୍ବାତୀ ପ୍ରଞା ପ୍ରଧାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶାରଦାବିହାରର ପ୍ରିୟଦର୍ଶନୀ ମହାପାତ୍ର ୨ୟ ଓ ଅର୍ପିତା ମିଶ୍ର ତୃତୀୟ ସ୍ଥାନ ଲାଭ କରିଥିଲେ। ଭାଷାଞାନ ପ୍ରତିଯୋଗିତାରେ  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶାରଦାବିହାରର ସୁଶ୍ରୀ ଅଭିପ୍ସା ରାଣୀ ସାହୁ ପ୍ରଥମ, ସରକାରୀ ଉଚ୍ଚବିଦ୍ୟାଳୟର ପୂଜା ଗୌଡ଼ ଦ୍ବିତୀୟ, ସରସ୍ବତ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦନଗରର ଆତିଦ୍ୟ କୁମାର ପାତ୍ର ତୃତୀୟ ସ୍ଥାନ ହାସଲ କରି ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି।

ସେଭଳି ରାଜ୍ୟପାଳଙ୍କ ମାର୍ଗଦର୍ଶନରେ ହୋଇଥିବା ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟର ପୂଜାଗୌଡ଼, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଶାନ୍ତି ପ୍ରିୟା ସାହୁ, ଶ୍ରୀଅରବିନ୍ଦପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଆଲୋକଋତୁପୂର୍ଣ୍ଣା ସିଂ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ମାମାଲି ବେହେରା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶାରଦାବିହାରର ଅଭିପ୍ସାରାଣୀ ସାହୁ , ଇଂରାଜୀ ପ୍ରବନ୍ଧ୍ର ପ୍ରତିଯୋଗିତାରେ  ପ୍ରକାଶ ବିଦ୍ୟାଳୟର ସମୀକ୍ଷା ଗୌଡ଼, ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର  ଆଦ୍ୟା ଶ୍ରେୟଶ୍ରୀ ମିଶ୍ର, ସେଣ୍ଟ ଜାଭିୟାର ହାଇସ୍କୁଲର ସ୍ବାଗତ ରଥ, ପବ୍ଲିକ ସ୍କୁଲ ଜୟପୁରର ସ୍ବିକୃତି ନାୟକ, ନୋଭେଲ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମ ସ୍କୁଲର ସୃଷ୍ଟି ସ୍ନିଗ୍ଧା ଗନ୍ତାୟତ, ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ସରକାରୀ ଉଚ୍ଚବିଦ୍ୟାଳୟ ଜପୁରର ପୂଜା ଗୌଡ଼, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଶାନ୍ତି ପ୍ରିୟା ସାହୁ, ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଇରିଗେସନ୍ କଲୋନୀର ଆଲୋକ ଋତୁପୂର୍ଣ୍ଣା ସିଂ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ମାମାଲି ବେହେରା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶାରଦାବିହାରର ଅଭିପ୍ସା ରାଣୀ ସାହୁ ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର