ପାହାଡ଼ିଆ ରାସ୍ତାରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଡ୍ରାଇଭର ଗୁରୁତର

ରାଉରକେଲା : ରାଉରକେଲାର ସେକ୍ଟର -୬ ଦୁର୍ଗାପୁର ପାହାଡ଼ ଉପର ତାରାତାରିଣୀ ମନ୍ଦିରକୁ ଯାଉଥିବା ପାଣିଟ୍ୟାଙ୍କର ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏହାଫଳରେ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଛନ୍ତି। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଟ୍ରାକ୍ଟରର ଖଲାସି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ତାରାତାରିଣୀ ମନ୍ଦିରରେ ବ୍ରତୋପନୟନ କାର୍ଯ୍ୟକ୍ରମ ଚାଲିଥିଲା। ଭୋଜି ପାଇଁ ଆବଶ୍ୟକ ପାଣି ଦରକାର ଥିବାରୁ ଏକ ଟ୍ରାକ୍ଟରରେ ପାଣି ଟାଙ୍କି ନେଇ ପାହାଡ଼ ଉପରକୁ ଚଢ଼ୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର