ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଇ ଗାଁର ଅଧିବାସୀ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିଭିମଡୋଳ ଓ ପରଜା ଭିମଡୋଳର ଗ୍ରାମର ଅଧିବାସୀ ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ମାଳିଭିମଡୋଳ ଓ ପରଜା ଭିମଡୋଳର ଗ୍ରାମର ଗ୍ରାମରେ ମହୁରିଆ ଭାବେ କାର୍ୟ୍ୟ କରୁଥିବା ସାଧୁ ହାଟପାଇକଙ୍କ ଠାରୁ ଠାକୁର ଜମି ଛଡାଇବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଦିବାସୀ ସଂସ୍କୃତି ଅନୁଯାୟୀ ବିଭିନ୍ନ ପର୍ବପର୍ବାଣୀ, ମେଳା ଓ ଯାତ୍ରା ସମୟରେ ସୋମନାଥ ହାଟ ପାଇକ ଉପରୋକ୍ତ ଦୁଇଟି ଗାଁରେ ମହୁରିଆ ଭାବରେ କାର୍ୟ୍ୟ କରୁଥିଲା । ଏହି କାର୍ୟ୍ୟ କରିବା ପାଇଁ ପ୍ରଜାଭିମଡୋଳ ମୌଜାର ୧.୫୯ ସେଂଟ ଜମି ସେବାୟତ କରିବା ନିମନ୍ତେ ଦିଆଯାଇଥିଲା । ମାତ୍ର ସୋମନାଥଙ୍କ ପୁଅ ସାଧୁ ହାଟପାଇକ ଅନ୍ୟ ଏକ ଧର୍ମ ଗ୍ରହଣ କରି ମହୁରିଆ କାମ କରିବା ପାଇଁ ମନା କରିଥିଲେ। କିନ୍ତୁ ସେ ଜମି ତାଙ୍କ ବାପାଙ୍କ ନାମରେ ପଟ୍ଟା ଅଛି କହି ଜମି ନ ଛାଡି ଗ୍ରାମବାସୀଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ସେହି ଜମିକୁ ଫେରାଇ ଆଣିବା ପାଇଁ ଗ୍ରାମର କର୍ଣ୍ଣ ପାଣ୍ଡିଆ,ରେଲି ସୀସା, ଲକ୍ଷ୍ମଣ ଖରା ଓ ଜୟସେନ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତାର ଏହି ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର