ଗଞ୍ଜେଇ ଓ ଡ୍ରଗ୍ସ ପାଉଡର ବ୍ୟବହାର କରୁଥିବା ସମୟରେ ଗିରଫ ହେଲେ ଅଭିନେତ୍ରୀ

ନାସିକ: ନିକଟରେ ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନାସିକର ଇଗତପୁରୀରେ ରେଭ ପାର୍ଟି ଚାଲୁଥିବା ସମୟରେ ପୁଲିସ ଚଢ଼ାଉ କରି ୨୨ଜଣଙ୍କୁ ଗିରଫ କରିଥିଲା। ଏମାନେ ପାର୍ଟିରେ ମଦ୍ୟପାନ କରିବା ସହିତ ଡ୍ରଗ୍ସ ନେଇଥି‌ଲେ।

ଗିରଫ ୨୨ଜଣଙ୍କ ମଧ୍ୟରେ ଅନେକ କଳାକାର ଓ କୋରିଓଗ୍ରାଫର ସାମିଲ ଥିଲେ ବୋଲି ଜଣାପଡ଼ିଛି। ପୁଲିସ ଏହି ପାର୍ଟିରୁ କିଛି ଡ୍ରଗ୍ସ ଓ ଟଙ୍କା ଜବତ କରିଛି। ଗିରଫ ହୋଇଥିବା ଯୁବକ ଓ ଯୁବତୀଙ୍କ ମେଡିକାଲ ଯାଞ୍ଚ କରାଯାଉଛି। ଖବର ମିଳିଛି କି ଗିରଫ  ୨୨ଜଣଙ୍କ ମଧ୍ୟରୁ ମରାଠୀ ସିନେମା ଅଭିନେତ୍ରୀ ହିନା ପାଞ୍ଚାଲ ବି ସାମିଲ ଅଛନ୍ତି। ତେବେ ପୁଲିସର ଚଢାଉ ସମୟରେ ଅଭିନେତ୍ରୀ ହିନା ପାଞ୍ଚାଲଙ୍କ ସମେତ ଅନେକ ଯୁବକ ଓ ଯୁବତୀମାନେ ମଦ୍ୟପାନ କରି ନାଚୁଥିଲେ। ହୁକା, ହାସିସ୍, ଗଞ୍ଜେଇ ଏବଂ ଡ୍ରଗ୍ସ ପାଉଡର ଆଦି ବ୍ୟବହାର କରୁଥିବା ପୁଲିସ ଦେଖିବାକୁ ପାଇଥିଲା ।

ତେବେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନାଙ୍କ ବ୍ୟତୀତ ମରାଠୀ ଏବଂ ସାଉଥ୍ ଫିଲ୍ମରେ କାମ କରୁଥିବା ୫ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଅଭିନେତ୍ରୀ ହିନା ପାଞ୍ଚାଲ ମରାଠୀ ଫିଲ୍ମ ଏବଂ ମରାଠୀ ବିଗ୍ ବସ୍ ସିଜନ୍ ୨ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଁ ଜଣାଶୁଣା ।

ସମ୍ବନ୍ଧିତ ଖବର