ଉଡ଼ାନ ଯୋଜନାରେ ଜୟପୁର-ବିଶାଖାପାଟଣା ୨ଟି ବିମାନପଥ ସାମିଲ; ଜୟପୁର-ଭୁବନେଶ୍ବର କେବେ?

ଜୟପୁର: ଉଡ଼ାନ (ଉଡ଼େ ଦେଶ କି ଆମ ନାଗରିକ) ଯୋଜନାରେ କେନ୍ଦ୍ର ସରକାର ଜାରି କରିଥିବା ଟେଣ୍ଡରରେ ରାଜ୍ୟର ୧୦ଟି ବିମାନପଥ ସାମିଲ ହୋଇଛି। ତେବେ ଅବିଭକ୍ତ କୋରାପୁଟ ତଥା ଜୟପୁର ବାସୀଙ୍କ ପାଇଁ ଖୁସିର ଖବର ଯେ ଏଥିରେ ୨ଟି ବିମାନପଥ ଜୟପୁରର ରହିଛି। ଏଥିରେ ଜୟପୁର-ବିଶାଖାପାଟଣା ଓ ବିଶାଖାପାଟଣା-ଜୟପୁର ଏଭଳି ୨ଟି ବିମାନପଥକୁ ସାମିଲ କରାଯାଇଥିବା ସୂଚନା ମିଳିଛି। ତେବେ ଅଂଚଳବାସୀଙ୍କ ବହୁ ପ୍ରତିକ୍ଷୀତ ଜୟପୁର-ଭୁବନେଶ୍ବରକୁ ଏହି ଟେଣ୍ଡରରେ ସାମିଲ କରାଯାଇନି। ଏହା କେବେ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅନ୍ୟ ପକ୍ଷରେ ୨ ବି ଲାଇସେନସ୍ ପାଇଁ ଆବେଦନ କରାଯାଇଥିବା ଏବଂ ଏହି ଲାଇସେନସ୍ ଆସିଯିବା ପରେ ଜୟପୁର-ଭୁବନେଶ୍ବର ଓ ଜୟପୁର-ବିଶାଖାପାଟଣା ବିମାନପଥର ଟେଣ୍ଡର ହେବ ବୋଲି ଗତ କିଛି ଦିନ ତଳେ ଗସ୍ତରେ ଆସିଥିବା ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଥିଲେ। ସେ ଦେଇଥିବା ସୂଚନା ମୁତାବକ ଜୟପୁର-ବିଶାଖାପାଟଣା ବିମାନପଥକୁ ସାମିଲ କରାଯାଇଥିବା ବେଳେ ଜୟପୁର-ଭୁବନେଶ୍ବର କେବେ ସାମିଲ ହେବ ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ଏବେ ଜୟପୁର ଏୟାରଷ୍ଟ୍ରୀପର ସଂପ୍ରସାରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଳିଥିବା କହିଛନ୍ତି ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଭାସ୍କର ଚନ୍ଦ୍ର ସାମନ୍ତରାୟ।

ସମ୍ବନ୍ଧିତ ଖବର