ବିଶ୍ବ ହସ୍ତୀ ଦିବସ ଆଜି: ହାତୀଙ୍କୁ ବଞ୍ଚାଇବା ମୁଖ୍ୟ ଲକ୍ଷ୍ୟ

ଆଜି ବିଶ୍ବ ହସ୍ତୀ ଦିବସ। ହାତୀମାନେ ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି। ସେ ବାବଦରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ୨୦୧୨ ଅଗଷ୍ଟ ୧୨ ତାରିଖରେ କାନାଡାର ପାଟ୍ରିସିଆ ସିମ୍‌ସ ଓ ଥାଇଲାଣ୍ଡର ଏଲିଫାଣ୍ଟ୍‌ ରିଇଣ୍ଟ୍ରଡକ୍ସନ୍‌ ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ହସ୍ତୀ ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ଏବେ ଏଥିରେ ବିଶ୍ବର ୧୦୦ଟି ହାତୀ ସଂରକ୍ଷଣ ସଂଗଠନ ସାମିଲ ହୋଇସାରିଛନ୍ତି।

ଏହା ମାଧ୍ୟମରେ ‘ହାତୀ ପ୍ରତି ଆମେ କେତେ ଯତ୍ନବାନ ଏବଂ ସେମାନଙ୍କୁ ବଞ୍ଚାଇବା ଲାଗି ଆମେ କ’ଣ କରିପାରିବା’ ଭଳି ବାର୍ତ୍ତା କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଛି। ଏହି ଦିବସ ପାଳନ ଏଭଳି ଏକ ମଞ୍ଚ ଯେଉଁଠି ସଂଗଠନ ଓ ବ୍ୟକ୍ତିବିଶେଷ ଏକାଠି ହୋଇ ହାତୀକୁ କ୍ଷତି ପହଞ୍ଚାଉଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିପାରିବେ। ଭବିଷ୍ୟତ ପିଢ଼ି ପାଇଁ ଏହି ଚମତ୍କାର ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବାର ମହତ୍ତ୍ବକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ କଲ୍ୟାଣ ଓ ବଞ୍ଚିବାରେ ସହାୟକ ହେଉଥିବା କାର୍ଯ୍ୟକୁ ଉତ୍ସାହିତ କରିବା ହେଉଛି ହସ୍ତୀ ଦିବସ ପାଳନର ଲକ୍ଷ୍ୟ।

ସମ୍ବନ୍ଧିତ ଖବର