୩୧ କୋଟିରେ ଡୁପ୍ଲେକ୍ସ କିଣିଲେ ଅମିତାଭ

ମୁମ୍ବାଇରେ ଥିବା ପାଖାପାଖି ୫,୧୮୪ ବର୍ଗଫୁଟ୍‌ର ଏକ ଡୁପ୍ଲେକ୍ସ ଘର କିଣିଛନ୍ତି ବଲିଉଡ୍‌ର ବିଗ୍ ବି ଅମିତାଭ ବଚ୍ଚନ। ଆଟଲାଣ୍ଟିସ୍ ପ୍ରୋଜେକ୍ଟରେ ନିର୍ମାଣାଧୀନ ଥିବା ଏହି ଡୁପ୍ଲେକ୍ସଟି ମୁମ୍ବାଇର ଅନ୍ଧେରୀ ସବର୍ବ ଇଲାକାରେ ରହିଛି। ଗତ ଡିସେମ୍ବର ମାସରେ ଷ୍ଟାମ୍ପ ପେପର୍‌ ମାଧ୍ୟମରେ ସଂରକ୍ଷଣ କରାଯାଇଥିବା ଏହି ଡୁପ୍ଲେକ୍ସ ପାଇଁ ସେତେବେଳେ ଅମିତାଭଙ୍କୁ ୬୨ ଲକ୍ଷ ଟଙ୍କା ପୈଠ କରିବାକୁ ପଡ଼ିଥିଲା। ଏବେ ସେ ସମ୍ପୂର୍ଣ୍ଣ ଟଙ୍କା ଦେଇ ନିଜ ନାମରେ ଉଇଲ୍ କରିନେଇଛନ୍ତି।

କ୍ରାଇଷ୍ଟାଲ୍ ପ୍ରାଇଡ୍ ଡେଭଲପର୍ସ ଦ୍ବାରା ଫିନିସିଂ ହୋଇଥିବା ୨୭ ଓ ୨୮ ଦୁଇଟି ମହଲା ନେଇଛନ୍ତି। ଏହା ଭିତରେ ୬ଟି କାର୍‌ ପାର୍କିଂର ବ୍ୟବସ୍ଥା ରହିଛି। ମହାରାଷ୍ଟ୍ର ସରକାର ଏଥିପାଇଁ ଅମିତାଭଙ୍କ ଉପରେ ତୁଷ୍ଟ ହେଇ ତାଙ୍କୁ ମୋଟ ଟଙ୍କାରୁ ୫% ରିହାତି ଦେଇଛନ୍ତି। ସଂପୃକ୍ତ ଆପାର୍ଟମେଣ୍ଟରେ ଅଭିନେତ୍ରୀ ସନ୍ନି ଲିଓନି ଓ ନିର୍ଦ୍ଦେଶକ ଆନନ୍ଦ ଏଲ୍. ରାୟ ମଧ୍ୟ ଗୋଟିଏ ଲେଖାଏଁ ଡୁପ୍ଲେକ୍ସ ବୁକ୍ କରିଛନ୍ତି। ସନ୍ନି ୪,୩୬୫ ବର୍ଗଫୁଟ୍‌ର ଏଇ ଡୁପ୍ଲେକ୍ସ ପାଇଁ ଅନ୍ୟୂନ ୧୬କୋଟି ଟଙ୍କା ଦେଇଥିବା ବେଳେ ଏହି ଆପାର୍ଟମେଣ୍ଟ ମଧ୍ୟରେ ଏଲ୍. ରାୟ ମଧ୍ୟ ୨୫କୋଟି ଟଙ୍କା ଦେଇ ଗୋଟିଏ ରେସିଡେନ୍ସିଆଲ୍ ଟାୱାର୍ କିଣିଛନ୍ତି।

ସମ୍ବନ୍ଧିତ ଖବର