ବିବାହର ୪ବର୍ଷ ପରେ ମା’ ହେବେ ବିପାଶା!

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ରମେଶ ତୌରାନୀ ନିଜ ଘରେ ଦୀପାବଳିକୁ ନେଇ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ବଲିଉଡ୍‌ ଓ ଟିଭି ଜଗତର ଅନେକ ବଡ଼ ବଡ଼ କଳାକାର ନଜର ଆସିଥିଲେ । ଅଭିନେତ୍ରୀ ବିପାଶା ବସୁ ମଧ୍ୟ ନିଜ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କ ସହ ନଜର ଆସିଥିବାର ଦେଖାଯାଇଥିଲା ।

प्रेग्नेंट हैं बिपाशा? दिवाली पार्टी में पहनी ड्रेस से फैंस लगा रहे कयास
aajtak.intoday.in

ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିପାଶା ଗର୍ଭବତୀ ଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । କ୍ୟାମେରା ଆଗରେ ପୋଜ୍‌ ଦେଉଥିବା ସମୟରେ ବିପାଶା ବାରମ୍ବାର ନିଜର ପେଟକୁ ଲୁଚାଉଥିବାର ଦେଖାଯାଇଥିଲା । ଯାହାଦ୍ୱାରା ସେ ନିଜର ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । କିଛି ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା କରୁଥିବା ବେଳେ କିଛି ଲୋକ କ୍ୟାମେରାର ଦିଗ ଭୁଲ ଥିବାରୁ ଗର୍ଭବତୀ ଥିବା ଭଳି ଜଣା ପଡ଼ୁଥିବା କହୁଛନ୍ତି । ତେବେ ଏହି ଚର୍ଚ୍ଚା ଉପରେ ବିପାଶା କି କରଣ ସିଂହ ଗ୍ରୋଭରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର