ରେମୋ ଡି’ସୁଜାଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କଲା ବମ୍ବେ ହାଇକୋର୍ଟ

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ଉପରେ ୫କୋଟି ଟଙ୍କାର ଠକେଇ ଅଭିଯୋଗ ଲାଗିଥିଲା । ଏ ନେଇ ରେମୋ ଡି’ସୁଜା ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି । ବୁଧବାର ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ରେମୋଙ୍କ ବିରୋଧରେ ଉତ୍ତରପ୍ରଦେଶ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିବା ବେଳେ ଏ ପର୍ଯ୍ୟନ୍ତ ତାହା ମୁମ୍ବାଇ ପୁଲିସକୁ ମିଳି ନାହିଁ । ଏଭଳି ପରିସ୍ଥିତିରେ ତାଙ୍କୁ ଆଗୁଆ ଜାମିନ ମିଳି ପାରିବ ନାହିଁ ବୋଲି କହି ଆବେଦନକୁ ଖାରଜ କରିଛି ବମ୍ବେ ହାଇକୋର୍ଟ ।

Related image
dnaindia.com

ସୂଚନା ମୁତାବକ, ୨୦୧୬ରେ ରେମୋ ଡି’ସୁଜାଙ୍କ ବିରୋଧରେ ଠକେଇର ଅଭିଯୋଗ ଆସିବା ସହ ଗାଜିଆବାଦ୍‌ର ଜିଲ୍ଲା ଅଦାଲତରେ ଏହାର ଶୁଣାଣି ଚାଲୁଥିଲା । କିନ୍ତୁ ଶୁଣାଣି ସମୟରେ ସେ ଅଦାଲତରେ ହାଜର ହେଉ ନଥିବାରୁ ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିଲା । ଯାହା ପରେ ରେମୋ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ଯାହାକୁ ଏବେ ଖାରଜ କରି ଦିଆଯାଇଛି ।

ସମ୍ବନ୍ଧିତ ଖବର