ସନ୍ନି ଦେଓଲଙ୍କ ଉଦ୍ୟମ ପାଇଁ ଭାରତ ଫେରିଲେ କୁଏତ୍‌ରେ ଫସିଥିବା ମହିଳା

ନୂଆଦିଲ୍ଲୀ : ଗୁରୁଦାସପୁରରୁ ବିଜେପି ସାଂସଦ ଥିବା ଅଭିନେତା ସନ୍ନି ଦେଓଲଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ସେ ସାଂସଦ ହେବା ପରେ ଲୋକଙ୍କ ପାଇଁ କିଛି କରୁ ନଥିବାରୁ ଲୋକେ ତାଙ୍କୁ ନିନ୍ଦା କରୁଥିଲେ । କିନ୍ତୁ ଏବେ ସେ କରିଥିବା କାମ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଜଣେ ଭାରତୀୟ ମହିଳା କୁଏତ୍‌ରେ ଫସିଥିବା ଜାଣି ସେ ତାଙ୍କୁ ସାହାଯ୍ୟ କରିବା ସହ ଭାରତ ଫେରାଇ ଆଣିଥିବା ଜଣା ପଡ଼ିଛି । ସନ୍ନିଙ୍କ ଏଭଳି କାମ ତାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ମଧ୍ୟ ପ୍ରଶଂସା ମିଳିଛି।

ସୂଚନା ମୁତାବକ, ଜଲନ୍ଧରର ଭିଖୋଓ୍ଵିଣ୍ଡ ଗାଁରେ ରହୁଥିବା ବୀଣା କୌଣସି କାମ ପାଇଁ କୁଏତ୍‌ ଯାଇଥିବା ବେଳେ ସେଠାରେ ଫସି ଯାଇଥିଲେ । ଭାରତ ଆସିବାକୁ ଚାହିଁ ମଧ୍ୟ ସେ ଆସି ପାରୁନଥିଲେ । ବୀଣାଙ୍କ ପରିବାର ଲୋକେ ଏନେଇ ସନ୍ନିଙ୍କୁ ଜଣାଇବା ସହ ତାଙ୍କୁ ସାହାଯ୍ୟ ମାଗିଥିଲେ । ଏହା ପରେ ସନ୍ନି କୁଏତ୍‌ରେ ଥିବା ଭାରତୀୟ ଦୂତାବାସ୍‌କୁ ସଂପର୍କ କରିଥିଲେ । ଯାହା ପରେ ବୀଣାଙ୍କୁ କୁଏତ୍‌ରୁ ଖୋଜା ଯାଇ ଭାରତ ପଠା ଯାଇଥିଲା । ଗୁରୁବାର ବୀଣା ସୁରକ୍ଷିତ ଭାବେ ନିଜ ଘରକୁ ଫେରିଥିବା ଜଣା ପଡ଼ିଛି । ଏହି ଖବର ପ୍ରସାର ହେବା ପରେ ସମସ୍ତେ ଏବେ ସନ୍ନିଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର