ମା’ ହେଲେ ସାଉଥ୍ ସୁପରଷ୍ଟାର କାଜଲ ଅଗ୍ରୱାଲ

ମୁମ୍ବାଇ: ମା’ ହେ‌ଲେ ସାଉଥ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। କିଛି ଦିନ ଧରି ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କାଜଲ ଅଗ୍ରୱାଲ ଗର୍ଭବତୀ ଥିବା ବିଷୟରେ ନିଜ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ଗର୍ଭବତୀ ଥିବା ସମୟରେ ନିଜକୁ ଫିଟ୍ ରଖି ଅଭିନେତ୍ରୀ ଯୋଗ ଉପରେ ଧ୍ୟାନ ଦେଇଥିଲେ, ଯାହାର ଅନେକ ଫଟୋ ମଧ୍ୟ ସେ ସେୟାର କରିଥିଲେ। ତେବେ ସୋସିଆଲ ମିଡିଆରେ କାଜଲ ଅଗ୍ରୱାଲଙ୍କ ପୁଅର ଜନ୍ମ ବିଷୟରେ ପ୍ରଶଂସକମାନେ ଜାଣିବା ମାତ୍ରେ ସେମାନେ ଉଭୟ ପିତାମାତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି।

Kajal Aggarwal,South
pinkvilla

ଉଲ୍ଲେଖଯୋଗ୍ୟ, ଗୌତମ ଏବଂ କାଜଲ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଦୁହେଁ ଭଲ ବନ୍ଧୁ ହେବା ସହ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। କରୋନା ଭୂତାଣୁ ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବା ‌ବେଳେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ କରି ଦୁହେଁ ସବୁଦିନ ପାଇଁ ଏକାଠି ରହିବାକୁ ପ୍ରତିଜ୍ଞା ନେବା ସହ ଦମ୍ପତି ଅକ୍ଟୋବର ୩୦,୨୦୨୦ରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ଏହି ବିବାହରେ ଉଭୟଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ଏବେ ଦୁହେଁ ମାତାପିତା ହୋଇଥିବା ବେଳେ କାଜଲ ଅଗ୍ରୱାଲ କିଛି ଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଛନ୍ତି। ବର୍ତ୍ତମାନ ସେ ନିଜ ପୁଅକୁ ପୁରା ସମୟ ଦେବେ‌ ବୋଲି କହିିଛନ୍ତି।

Kajal Aggarwal And Her Hubby, Gautam Kitchlu Embrace Parenthood, Blessed With A Baby Boy
bollywoodshaadis
ସମ୍ବନ୍ଧିତ ଖବର