ନିଜ ଜୀବନର ସବୁଠାରୁ ମଜାଦାର ଓ ଦୁଃଖଦ ଅଭିଜ୍ଞତା ବାଣ୍ଟିଲେ ଅଭିନେତା ଆର୍‌ ମାଧବନ୍‌

ମୁମ୍ବାଇ: ମହାମାରୀ କରୋନା ବହୁ  ନୂଆ ନୂଆ ଅଭିଜ୍ଞତା ମାନବ ସମାଜକୁ ଦେଇଛି। ଏଭଳି ଏକ ସଂକଟ ଆସିବ ବୋଲି କେହି କଳ୍ପନାରେ ହୁଏତ ଆଣି ନଥିଲେ। ବଲିଉଡ୍ ଅଭିନେତା ଆର୍ ମାଧବନ୍ ସୋସିଆଲ୍‌ ମିଡିଆ ଜରିଆରେ ତାଙ୍କ ଜୀବନର ଏକ ବିରଳ ଅଭିଜ୍ଞତାକୁ ନିଜର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସେ ଦୁବାଇରୁ ବିମାନରେ ଆସୁଥିବା ବେଳର  ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରି ଲେଖିଛନ୍ତି, ‘ଏହା ଏକ ମଜାଦାର ଏବଂ ଦୁଃଖଦ ଅନୁଭବ। ଏହି ପରିସ୍ଥିତିର ଶୀଘ୍ର ସମାପ୍ତ ହେଉ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ଖୁବ୍ ଶୀଘ୍ର ସମସ୍ତେ ନିଜ ନିଜର ପ୍ରିୟ ଲୋକଙ୍କ ସଂସ୍ପର୍ଶରେ ଆସନ୍ତୁ।’

ଅଭିନେତା ମାଧବନ୍ ଯାତ୍ରା କରୁଥିବା ବିମାନ ଭିତରର ଏକ ଭିଡିଓ ସେୟାର କରିଛନ୍ତି। ବିମାନରେ ତାଙ୍କ ବ୍ୟତୀତ ଆଉ ଜଣେ ବି ହେଲେ ଯାତ୍ରୀ ଦେଖିବାକୁ ମିଳୁନାହାନ୍ତି। ପୂରା ବିମାନର ସମସ୍ତ ଆସନ ଫାଙ୍କା ରହିଛି।

 

 

View this post on Instagram

 

A post shared by R. Madhavan (@actormaddy)

ସମ୍ବନ୍ଧିତ ଖବର