ପ୍ରଭାସଙ୍କ ମା’ ଭୂମିକାରେ ଫେରୁଛନ୍ତି ଏହି ଅଭିନେତ୍ରୀ

Image result for bhagyashree
image source-pinkvilla

ମୁମ୍ବାଇ: ବେଶ କିଛି ବର୍ଷର ବ୍ୟବଧାନରେ ବଡ଼ ପରଦାକୁ ଅଭିନେତ୍ରୀ ଭାଗ୍ୟଶ୍ରୀ ଫେରୁଥିବାର ଖବର ମିଳିଛି। ସେ ଅଭିନେତା ସଲମାନ ଖାନଙ୍କ ବିପକ୍ଷରେ ‘ମୈନେ ପ୍ୟାର୍ କିୟା’ରେ ଅଭିନୟ ଜଗତରେ ପାଦ ରଖିଥିଲେ। ଏହା ସୁପରହିଟ୍ ବି ହୋଇଥିଲା, ମାତ୍ର ବଲିଉଡରେ ତାଙ୍କୁ ଅଧିକ ସିନେମାରେ ଦେଖିବାକୁ ମିଳି ନ ଥିଲା। ବଲିଉଡରେ ଡେବ୍ୟୁ କରିବା ମାତ୍ରେ ସେ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ।

ଭାଗ୍ୟଶ୍ରୀ ବର୍ତ୍ତମାନ ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ମା’ ଭୂମିକାରେ ନଜର ଆସିବେ। ‘ପ୍ରଭାସ ୨୦’ ନାମରେ ନିର୍ମିତ ଏକ ଫିଲ୍ମରେ ଭାଗ୍ୟଶ୍ରୀ ଅଭିନୟ କରିବେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ‘ପ୍ରଭାସ ୨୦’ର ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ଭାଗ୍ୟଶ୍ରୀଙ୍କ ଭୂମିକାଟି ଅତି ଗୁରୁତ୍ତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କିନ୍ତୁ ଏହି ଚରିତ୍ରକୁ ଗୋପନୀୟ ରଖାଯାଇଛି । ରାଧାକୃଷ୍ଣ କୁମାରଙ୍କ ନିର୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ନାୟିକା ଭାବେ ପୂଜା ହେଗଡେଙ୍କୁ ଚୟନ କରାଯାଇଛି । ଏହା ଏକ ପିରିୟଡ୍ ଲଭ ଷ୍ଟୋରି। ଏଥିରେ ପ୍ରଭାସଙ୍କୁ ଜଣେ ଜ୍ୟୋତିଷ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

Image result for bhagyashree
image source-india tv

ସୂଚନାଯୋଗ୍ୟ, ଯେ ୧୯୮୯ର ସୁପରହିଟ୍ ଫିଲ୍ମ ‘ମୈନେ ପ୍ୟାର୍ କିୟା’ରେ କାମ କରିବା ପରେ ଭାଗ୍ୟଶ୍ରୀ ଦୁଇ ତିନିଟି ହିନ୍ଦୀ ଫିଲ୍ମରେ କାମ କରିବା ସହ କେତୋଟି ଦକ୍ଷିଣ ଭାରତୀୟ ସିନେମାରେ ମଧ୍ୟ ଅଭିନୟ କରିଥିଲେ। ଏହାଛଡ଼ା ସେ ସେ ବଙ୍ଗଳା, ଭୋଜପୁରୀ ଏବଂ ମରାଠୀ ଫିଲ୍ମରେ ବି ନଜର ଆସିଥିଲେ।

ସମ୍ବନ୍ଧିତ ଖବର