ପୁରୁଣା ପ୍ରେମ ଫେରିଲା!

ଆପଣ ଜାଣନ୍ତି, ରିଲିଜ୍‌ ହେବାକୁ ଯାଉଥିବା ସଲ୍‌ମାନ୍‌ ଖାଁ ଓ କ୍ୟାଟ୍ରିନା କୈଫ୍‌ଙ୍କ ନୂଆ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ ଏବେ ଚର୍ଚ୍ଚାର ଶୀର୍ଷରେ। ଏ ଫିଲ୍ମଟିର ସଫଳତାକୁ ନେଇ ସଲ୍‌ମାନ୍‌ଙ୍କ ପ୍ରଶଂସକମାନେ ଭାରି ନିଶ୍ଚିତ।
ତେବେ ଏ ଫିଲ୍ମର ନିର୍ମାଣ ଓ ପ୍ରଚାର ଭିତରେ ଗୋଟିଏ ବଡ଼ ଘଟଣା ଘଟି ଯାଇଛି ବୋଲି ଲୋକେ କହୁଛନ୍ତି। ତା’ ହେଉଛି, ପୁରୁଣା ପ୍ରେମୀ ଯୁଗଳ ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଭିତରେ ପ୍ରେମ ପୁଣି ଆରମ୍ଭ ହେଇ ଯାଇଛି!
ବିଦେଶରେ ‘ଟାଇଗର୍‌ ଜିନ୍ଦା ହୈ’ର ସୁଟିଂ ସମୟରେ ଉଭୟ ଭାରି ଅନ୍ତରଙ୍ଗ ଭାବେ ମିଶୁଥିଲେ ବୋଲି ଲୋକେ କହୁଛନ୍ତି। ନିକଟରେ ଗୋଆରେ ଆଇଏଫ୍‌ଏଫ୍‌ଆଇ ଫାଇନାଲ୍‌ରେ ଦୁହେଁ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେଠାକୁ ଦୁହେଁ ଗୋଟିଏ କାର୍‌ରେ ଯାଇଥିଲେ। କେବଳ ସେତିକି ନୁହେଁ, ଫାଇନାଲ୍‌ ପରେ ଆୟୋଜିତ ପାର୍ଟିକୁ ମଧ୍ୟ ଗୋଟିଏ କାର୍‌ରେ ଏକାଠି ଯାଇଥିଲେ। ସେ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଇ ଯାଇଛି।
ପାଠକେ, ଏ ଚର୍ଚ୍ଚା ସତ ନା ଗୁଜବ, ଆମେ ଜାଣିନୁ। କିନ୍ତୁ ଯଦି ସତ ହେଇଥାଏ, ତେବେ ବହୁତ ଭଲ। ଆମକୁ ଭଲ ଲାଗୁଥିବା ପରଦା ଉପରର ଏକ ଯୋଡ଼ି ସତ ଜୀବନରେ ବି ଯୋଡ଼ି ହେବା ଆମ ଭଳି ଦର୍ଶକଙ୍କ ପାଇଁ ଢେର୍‌ ଖୁସିର ଖବର।

ସମ୍ବନ୍ଧିତ ଖବର