ପୁଣି ଥରେ ମା’ ବନିଲେ ସମୀରା, ଶିଶୁ କନ୍ୟାକୁ ଦେଲେ ଜନ୍ମ

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମା’ ବନିଛନ୍ତି ସମୀରା ରେଡ୍ଡୀ । ପ୍ରଥମେ ସେ ଏକ ଶିଶୁ ପୁତ୍ରର ମା’ ବନିଥିବା ବେଳେ ଏବେ ସେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୨୦୧୫ରେ ସେ ପୁଅ ହଂସକୁ ଜନ୍ମ ଦେଇଥିବା ବେଳେ ୨୦୧୯ରେ ସେ ଦ୍ୱିତୀୟ ଥର ମା’ ବନି ଖୁବ୍‌ ଖୁସି ଥିବା ଜଣା ପଡ଼ିଛି । ପ୍ରସବର ଗୋଟେ ଦିନ ପୂର୍ବରୁ ସମୀର ଏକ ବ୍ଲାକ୍‌ ଆଣ୍ଡ ହ୍ଵାଇଟ ଫଟୋ ସେୟାର କରିଥିଲେ ।

 

View this post on Instagram

 

Our little angel came this morning ?My Baby girl ! Thank you for all the love and blessings ❤️?? #blessed

A post shared by Sameera Reddy (@reddysameera) on

ଯାହାର କ୍ୟାପ୍‌ସନରେ, ହେଲୋ ବମ୍ପି, ଆମେ ବହୁତ ପାଖରେ ବୋଲି ଲେଖିଥିଲେ ସମୀର । ଯାହାର ଗୋଟେ ଦିନ ପରେ ସେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁର ଜନ୍ମ ଖାର୍‌ସ୍ଥିତ ବୀମ୍‌ ସ୍ପେଶାଲିଷ୍ଟ ହସ୍ପିଟାଲରେ ହୋଇଥିବା ଜଣା ପଡ଼ିଛି । ପ୍ରଥମେ ଏ ନେଇ ସୀମରାଙ୍କ ମା’ ସୂଚନା ଦେଇଥିବା ବେଳେ ପରେ ସମୀର ନବଜାତର ହାତ ଧରି ଫଟୋ ସେୟାର କରିବା ପରେ ଖବରଟି ଚର୍ଚ୍ଚାକୁ ଆସିଥିଲା । ଫଟୋର କ୍ୟାପ୍‌ସନରେ, ଆଜି ସକାଳେ ଆମର ଛୋଟ ପରୀ ଆସିଲା । ଭଲପାଇବା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ଲେଖିଥିଲେ ସମୀର ।

ସମ୍ବନ୍ଧିତ ଖବର