ଭାରତୀୟ ସୀମାରେ ଦେଖାଗଲେ ଚୀନ ସେନା, ବ୍ୟାନର-ପତାକା ଉଡ଼ିଲା!

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ପୁଣି ଥରେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଛି। ଏଲଏସିରେ ଚୀନର ସୈନିକ ମାନେ ବୁଲୁଥିବା ଦେଖାଯାଇଛି। ଏମାନଙ୍କର ସଂଖ୍ୟା ୧୧ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଚୀନ ଲଦାଖବାସୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ପାଇଁ ରଣନୀତି କରିଛି। ନିକଟରେ ଦଲାଇଲାମାଙ୍କ ଜନ୍ମଦିନ ସମାରୋହ ଚାଲିଥିବା ବେଳେ ଚୀନ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଏମାନେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ସୀମାନ ନିକଟରେ ରହିବା ପରେ ଫେରିଯାଇଥିଲେ। ସେନା ସୂତ୍ର ଅନୁସାରେ ସେମାନେ ଏଲଏସି ଅତିକ୍ରମ କରି ନଥିଲେ। ମାତ୍ର କିଛି ସ୍ଥାନୀୟ ସୂତ୍ର ଅନୁସାରେ ଏଲଏସିରେ ଅନୁପ୍ରବେଶ କରିବାକୁ ଚୀନ ସେନା ଉଦ୍ୟମ କରିଥିଲା।

ଲଦାଖର ଫୁକଚେ ନିକଟରେ ଏକ ଗାଁରେ ଜୁଲାଇ ୬ରେ ଦଲାଇଲାମାଙ୍କ ଜନ୍ମଦିନ ସମାରୋହ ଚାଲିଥିଲା। ଡଲ୍ଲେ ଟେଙ୍ଗୋ ନାମରେ ପରିଚାଳିତ ହେଉଥିବା ଏହି ସମାରୋହ ବଡ଼ ଧୂମଧାମରେ ପାଳିତ ହୋଇଥାଏ। ବୌଦ୍ଧ ଧର୍ମର ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି।

ସମ୍ବନ୍ଧିତ ଖବର