ହଠାତ୍‌ ଟୁଇଟ୍‌ରରେ ଭାଇରାଲ ହେଲା ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ମୃତ୍ୟୁର ଖବର, ପରେ ସାମ୍ନାକୁ ଆସିଲା ଅସଲ ଘଟଣା

ନୂଆଦିଲ୍ଲୀ : ଆଜିକାଲି ଲୋକେ ସୋସିଆଲ ମିଡିଆର ବ୍ୟବହାର ବିଭିନ୍ନ କାର୍ଯ୍ୟ ପାଇଁ କରିବା ଆରମ୍ଭ କରିଛନ୍ତି । ଫିଲ୍ମର ପ୍ରମୋସନଠାରୁ ଆରମ୍ଭ କରି ଜିନିଷ ବିକିବା ପର୍ଯ୍ୟନ୍ତ, ସବୁ ଜିନିଷ ପାଇଁ ଆଜିକାଲି ଲୋକେ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି । ତେବେ ଅନେକ ସମୟରେ ଲୋକେ ସୋସିଆଲ ମିଡିଆକୁ ଭୁଲ ବାଟରେ ବ୍ୟବହାର କରୁଥିବା ଦେଖାଯାଇଥାଏ । କାହାର ମିଛ ମୃତ୍ୟୁର ଖବର ପ୍ରସାର କରିବା ହେଉ ବା କୌଣସି ବିବାଦୀୟ ଭିଡିଓ ସେୟାର କରିବା ହେଉ, ଏଭଳି ଅନେକ ଦୃଶ୍ୟ ପୂର୍ବରୁ ସାମ୍ନାକୁ ଆସି ସାରିଛି । ଏବେ କେହି ଜଣେ ଟୁଇଟ୍‌ରର ସହାୟତା ନେଇ ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ମୃତ୍ୟୁର ମିଛ ଖବର ପ୍ରସାର କରିଥିଲା । ଯାହା ପ୍ରଥମେ ବିଜୟଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ପରେ ତାହା ମିଛ ବୋଲି ଜଣା ପଡ଼ିଥିଲା ।

ସୂଚନା ମୁତାବକ, ଟୁଇଟ୍‌ରରେ #RIPactorVIJAY ଲେଖାଯାଇ ତାଙ୍କର ମୃତ୍ୟୁ ହୋଇ ସାରିଥିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇ ଯାଇଛି । ଏହା ପ୍ରଥମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏଭଳି ମିଛ ଖବର ବିଜୟଙ୍କୁ ଘୃଣା କରୁଥିବା ଲୋକେ ପ୍ରଚାର କରିଥିବା ସାମ୍ନାକୁ ଆସିଛି । ତେବେ #RIPactorVIJAY ଟୁଇଟ୍‌ରେ ଏ ପର୍ଯ୍ୟନ୍ତ ୫୦,୦୦୦ରି-ଟୁଇଟ୍‌ ହୋଇ ସାରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର