ତାରକ ମେହେତା କା ଉଲଟା ଚଷମାର ଭିଡିଓ ସେୟାର କରି ବିବାହିତଙ୍କୁ ଏଭଳି ଉପଦେଶ ଦେଲେ ସ୍ମୃତି

ନୂଆଦିଲ୍ଲୀ: ଦିନେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଥିବା ସ୍ମୃତି ଇରାନୀ ଆଜି ଜଣେ ବହୁତ ବଡ ରାଜନେତ୍ରୀ। ସେ ଟିଭି ଦୁନିଆରେ ଧାରାବାହିକ ‘କ୍ୟୁକି ସାସ୍ ଭି କଭି ବହୁ ଥି’ରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ଏହି ଧାରାବାହିକରେ ସେ ତୁଲସୀ ଚରିତ୍ରରେ ନଜର ଆସି ଘରେ ଘରେ ପରିଚିତ ହୋଇଥିଲେ। ଏବେ ସେ ଅଭିନୟ ଜଗତରୁ ଦୂରରେ ରହିଥିଲେ ବି ଅନେକ ସମୟରେ ନିଜ ସହ-କଳାକାରଙ୍କ ସହ ପାର୍ଟି କରୁଥିବାର ନଜର ଆସନ୍ତି। ଏବେ ସ୍ମୃତି ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ‌ସେ ସେୟାର କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍ମୃତି ଇରାନୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଧାରାବାହିକ ତାରକ ମେହେତା କା ଉଲଟା ଚଷମାର ଏକ ଛୋଟ ଭିଡିଓ କ୍ଲିପ୍ ସେୟାର କରି ବିବାହିତଙ୍କୁ ଏକ ଉପଦେଶ ଦେଇଥିବା ଦେଖାଯାଇଛି। ଏହି ଭିଡିଓ ସେୟାର କରିବାବେଳେ ସ୍ମୃତି କ୍ୟାପସନରେ ଲେଖିଛନ୍ତି, କାହାଣୀ ଏହା ଶିକ୍ଷା ମିଳୁଛି ଯେ ଯେଉଁମାନେ ସାତ୍ ଫେରେ ନେଇସାରିଛନ୍ତି, ସେମାନଙ୍କୁ ବାଦାମ ଖାଇବା ଉଚିତ୍।

 

View this post on Instagram

 

A post shared by Smriti Irani (@smritiiraniofficial)

ଏହା ପ୍ରଥମ ନୁହେଁ, ଅନେକ ସମୟରେ ସ୍ମୃତି ଇରାନୀ ଏଭଳି ମଜାଦାର ଭିଡିଓ ସେୟାର କରିଥାନ୍ତି। ଭିିଡିଓ ସେୟାର କରି ସେ ଦେଇଥିବା ମଜାଦାର ଉପଦେଶ ପାଇଁ ଭିଡିଓ ଭାଇରାଲ ହୋଇଥାଏ।

ସମ୍ବନ୍ଧିତ ଖବର